Ama Hospital’ର ମାନ୍ୟତା ପାଇବ ସ୍ୱାସ୍ଥ୍ୟକେନ୍ଦ୍ର: ଖୁବଶୀଘ୍ର ହେବ CHC, SDH ଓ DHHର ହେବ ରୂପାନ୍ତରଣ
ଗ୍ରାମାଞ୍ଚଳରେ ଥିବା ଡାକ୍ତରଖାନାଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ଦକ୍ଷତା ଓ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି । ତେବେ ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି), ସବ୍ ଭିଡିଜିଜନ ହେଲଥ୍ ସେଣ୍ଟର (ଏସଡିଏଚ) ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ଗୁଡ଼ିକର ରୂପାନ୍ତରଣ କରାଯିବ । ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ‘ଆମ ହସ୍ପିଟାଲ’ର ମାନ୍ୟତା ପାଇବ ବୋଲି ଜଣାପଡ଼ିଛି ।
0 Comments