ଦେଶର ଗଣତନ୍ତ୍ର ଦିବସ ଓ ସ୍ୱାଧିନତା ଦିବସ ଅବସରରେ ପରେଡ୍ ଦେଖିବାର ସୌଭାଗ୍ୟ ସମସ୍ତଙ୍କର ଭାଗ୍ୟରେ ଜୁଟି ନଥାଏ । ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ‘ଆମନ୍ତ୍ରଣ’ ପୋର୍ଟାଲ ଲଞ୍ଚ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଆଜି ଏହି ପୋର୍ଟାଲକୁ ଲଞ୍ଚ କରିଛନ୍ତି । ଏଣିକି ଜନସାଧାରଣ ଏହି ଦୁଇ ଦିବସର ଉତ୍ସବ ପାଇଁ ଅନଲାଇନରେ ଟିକେଟ୍ ବୁକିଂ କରିପାରିବେ ।
0 Comments