38ବର୍ଷରେ ଫାଣ୍ଡିରୁ ଫେରି ପାଇଲା ଘଣ୍ଟାପଡା ଥାନା

 



ବହୁ କଳ୍ପନା ଜଳ୍ପନା ଅନ୍ତ ଘଟିଛି ଆଜି 9/1/2023 ରିଖ ସୋମବାର ଦିନ ଠିକ ଘ.4.30 ମିନିଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆବାସୀ ଦ୍ୱାରା ବୌଦ୍ଧ ଜିଲ୍ଲାର ଅବହେଳିତ ଅଞ୍ଚଳ ଭାବେ ପରିଚିତ ତଥା ମାଓବାଦୀ ଅଧୁଷିତ ଅଞ୍ଚଳ ଭାବେ ଜଣା ଶୁଣା ଅଞ୍ଚଳରେ ରାଜାଙ୍କ ଶାସନ ସମୟରେ ଘଣ୍ଟାପଡାରେ ଥାନା ସ୍ଥାପନ କରିଥିଲେ ଯାହାକି 1984 ମସିହାରେ ଘଣ୍ଟାପଡା ଥାନା  କୁ ଫାଣ୍ଡି କରାଯାଇଥିଲା ଓ କଣ୍ଟାମାଳ ଫାଣ୍ଡିକୁ ଥାନା କରାଯାଇଥିଲା ଯାହାକି ଘଣ୍ଟାପଡା ଅଞ୍ଚଳ ବାସୀଙ୍କ ମଧ୍ୟରେ ଏକ ଅଶାନ୍ତି ଦେଖା ଯାଇଥିଲା l କିନ୍ତୁ ଏନେଇ ବିଭିନ୍ନ ସମୟରେ ବିଭିନ୍ନ ରାଜର୍ନୈତିକ ଦଳ ଦାବୀ କରି ଆସୁଥିଲେ ଘଣ୍ଟାପଡ଼ାକୁ ଥାନା କରାଯାଉ, ଖୁଣ୍ଟିଗୋରାର ସୀମା ବୋର୍ଡରରେ ଫାଣ୍ଡି, ନାରାୟଣ ପ୍ରସାଦରେ ଫାଣ୍ଡି, ପଲସା ଗୋରାରେ ପାଣ୍ଡୀ ସ୍ଥାପନ ପାଇଁ ଦାବୀ ହୋଇ ଆସୁଥିଲା ଓ ଏନେଇ କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବୀ ଉପସ୍ଥାପନ କରିବାରୁ ତାହା ମୂଖ୍ୟମନ୍ତ୍ରୀ ଉକ୍ତ ଦାବୀଙ୍କୁ ଗ୍ରହଣ କରି ଥାନାର ମାନ୍ୟତା ଦେଲେ l


ଆଜି ମୁଖ୍ୟମନ୍ତ୍ରୀଙ୍କ ଆଭାସୀ ଦ୍ୱାରା ଉଦଘାଟନ ଦିବସରେ ଘଣ୍ଟାପଡା ଥାନାଠାରେ ମାନ୍ୟବର ମନ୍ତ୍ରୀ ପ୍ରଦୀପ ଅମାତ, କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହିଧର ରଣା, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟି ମୀନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ପଞ୍ଚାୟତ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ଏକ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ,ଉମା ସରପଞ୍ଚ ଦୌଲଥ ପାଣ୍ଡେ, ବିଭିନ୍ନ ପଂଚାୟତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ସାମ୍ବାଦିକ ବନ୍ଧୁ, ହଜାର ସଂଖ୍ୟାରେ ଉପସ୍ଥିତଥିଲେ l କଣ୍ଟାମାଳ ଥାନା ଅଧିକାରୀ ତାଙ୍କ ପୋଲିସ ଷ୍ଟାଫ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ସଫଳରା ସହିତ କାର୍ଯ୍ୟକ୍ରମକୁ କରିଥିଲେ l ଘଣ୍ଟାପଡା ଫାଣ୍ଡି ଟି ଥାନା ହେଲା କେବଳ ଦୁଇ ଗୋଟି ଅକ୍ଷରକୁ ପରିବର୍ତ୍ତନ କରାଗଲା  କିନ୍ତୁ ନୂତନତ୍ୱ କିଛି ନଥିଲା l ବର୍ତମାନ ସେଠାରେ ଷ୍ଟାଫ କମ ଥିବା ବେଳେ ଜଣେ 2ଷ୍ଟାର ଅଫିସରଙ୍କୁ ବସାଗଲା ହେଲେ 3ଷ୍ଟାର ଅଫିସର ଦିଆଗଲା ନାହିଁ ତା ସହିତ ଷ୍ଟାପ ରହିବା ପାଇଁ କ୍ଵାଟର ନାହିଁ ଷ୍ଟାଫ ରହିବେ କେମିତି ବର୍ତ୍ତମାନ ଷ୍ଟାଫଙ୍କ ମଧ୍ୟରେ ଚିନ୍ତା l ରାଜା ରାଜୁଡା ସମୟରେ ସ୍ଥାପିତ ହୋଇଥିବା ଥାନା ପରେ ଫାଣ୍ଡି  ପୁରୁଣା ଘର

Post a Comment

0 Comments