ଜୁଆ ଆଡ୍ଡା ରେ ଚଢ଼ାଉ 6 ଗିରଫ




 ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡା ରେ ଚଢ଼ାଉ l ୬ ଜୁଆଡି କୁ ଗିରଫ କଲା ପୋଲିସ୍ l ବୌଦ୍ଧ ଜିଲ୍ଲା ର ୫ ଏବଂ ସୋନପୁର ଜିଲ୍ଲା ର ଜଣେ l ଅଇଁଲାପାଲି ଗ୍ରାମରେ ଚଢ଼ାଉ କରି ୬ ଜଣ ଜୁଆଡ଼ି ଙ୍କୁ ଗିରଫ କଲା ପୋଲିସ l ୬ ଟି ମୋବାଇଲ୍ ସହ ନଗଦ ୧୮ ହଜାର ଟଙ୍କା ଜବତ l ଜୁଆ ରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ l ସୂଚନା ଅନୁଯାୟୀ ବାଉଁଶୁନି ଥାନା  ଅନ୍ତର୍ଗତ ଅଇଁଲାପାଲି ଗ୍ରାମ ର ବନ୍ଧ ଠାରେ ଜୁଆ ଖେଳ ଚାଲୁଥିବା ପୋଲିସ୍ କୌଣସି ସୂତ୍ର ରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲା  l ସେହି ସମୟରେ ସେଠାରେ ଜୁଆ ଖେଳ ଚାଲୁଥିବା ବେଳେ ପୋଲିସ୍ ୬ ଜଣ ଯୁଆଡ଼ି ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ମାନେ ସେଠାରୁ ଦୌଡ଼ି ପଳାଇଥିଲେ l  ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଛେଲିବାହାଲ ର ସୁରୁ ପ୍ରଧାନ, ଅଇଁଲାପାଲି ର ସୁଧାଂଶୁ ମେହେର, ହିଲୁଙ୍ଗ ର ରବୀନ୍ଦ୍ର ସାହୁ, ବାଉଁଶୁନି ର ଲକ୍ଷ୍ମୀ ନାରାୟଣ ମେହେର, ମହେଶ୍ୱରପିଣ୍ଡା ର ସୁରେନ୍ଦ୍ର ସେଠୀ ଏବଂ ସୋନପୁର ଜିଲ୍ଲା କରୁଣାକର ପ୍ରଧାନ ବୋଲି ଜଣାପଡିଛି  l ତେବେ ସେମାନଙ୍କ ପୋଲିସ୍ ନଗଦ ୧୮ ହଜାର ଟଙ୍କା ଜବତ କରିଥିବା ବେଳେ ୬ ଟି ମୋବାଇଲ୍ ଜବତ କରିଛି  l ଜୁଆ ରେ ବ୍ୟବହୃତ ସାମଗ୍ରୀ ଘୁଡୁଘୁଡ଼ି ପଟି ଏବଂ ବହୁ ସାମଗ୍ରୀ ଜବତ କରିଛି ପୋଲିସ୍ l ତେବେ ସେହି ଅଞ୍ଚଳରେ ଜୁଆ ଆଡ୍ଡା କିପରି ଭାବେ ଏବଂ କିଏ ଏହାକୁ ପରିଚାଳିତ କରୁଥିଲା ସେ ସମ୍ପର୍କରେ ପୋଲିସ୍ ତଦନ୍ତ ଜାରି ରଖିଛି l  ସେପଟେ ଏହି ଜୁଆ ଆଡ୍ଡା ରେ ପୋଲିସ୍ ର ମଧ୍ୟ କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି l

Post a Comment

0 Comments