ଦେଶରେ ବର୍ତ୍ତମାନ ଖେଳନା ଉଦ୍ୟୋଗର ଦ୍ରୁତ ଅଭିବୃଦ୍ଧି ଘଟୁଛି । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସେକ୍ଟରକୁ ବିଶେଷ ଭାବେ ଫୋକସ୍ କରାଯାଉଛି । ଚୀନ ନିର୍ମିତ ଖେଳନା ଉପରେ ଦେଶରେ ଲଗାମ୍ ଲଗାଯିବା ପରେ ଏବେ ଗ୍ଲୋବାଲ ମାର୍କେଟରେ ମଧ୍ୟ ତାହାକୁ ଟକ୍କର ଦିଆଯିବା ନେଇ ପ୍ରସ୍ତୁତି ଚାଲିଛି । ଘରୋଇ ଉତ୍ପାଦନକୁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରାଇବା ପାଇଁ ଖେଳନା ବ୍ୟବସାୟକୁ ୩୫୦୦ କୋଟିର ବୁଷ୍ଟଅପ୍ ପ୍ରଦାନ ନେଇ ଯୋଜନା କରାଯାଉଛି ।
କେନ୍ଦ୍ର ସରକାର ଘରୋଇ ଉଦ୍ୟୋଗରେ ନିର୍ମିତ ଖେଳନା ଉପରେ ପ୍ରଡକ୍ଟ ଲିଙ୍କଡ୍ ଇନସେଣ୍ଟିଭ (ପିଏଲଆଇ) ବେନିଫିଟ୍ ଦେବାକୁ ଯୋଜନା କରୁଛନ୍ତି । ଯେଉଁମାନେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ)ର ନିୟମକୁ ପାଳନ କରିଥିବେ, ସେମାନଙ୍କୁ ଏହି ପିଏଲଆଇ ସ୍କିମର ବେନିଫିଟ୍ ମିଳିବ । ପିଏଲଆଇ ଖେଳନା ଉଦ୍ୟୋଗ ପାଇଁ ଲାଭଜନକ ସାବ୍ୟସ୍ତ ହୋଇଛି । ଏହା କମ୍ ଗୁଣବତ୍ତା ବିଶିଷ୍ଟ ଆମଦାନୀକୁ ହ୍ରାସ କରିବା ସହ ଘରୋଇ ଉତ୍ପାଦନ ବୃଦ୍ଧି ଦିଗରେ ସହାୟକ ହୋଇଛି ।
ପିଏଲଆଇ ବେନିଫିଟ ନିବେଶକଙ୍କୁ ଆକର୍ଷିତ କରିବା ସହ ରପ୍ତାନୀ ବଢ଼ାଇବା ଦିଗରେ ସହାୟକ ହେବ । ଏବେ ଖେଳନାରେ ପିଏଲଆଇ ବେନିଫିଟ ପ୍ରଦାନ ନେଇ କାର୍ଯ୍ୟ ଜାରି ରହିଥିବା ବେଳେ ବିଆଇଏସ ଷ୍ଟାଣ୍ଡାର୍ଡ ଅନୁଯାୟୀ ଏହା ସ୍ଥିର କରାଯିବ । ଘରୋଇ ୟୁନିଟରେ ନିର୍ମିତ ସାମଗ୍ରୀ ଇନକ୍ରିମେଣ୍ଟଲ ବିକ୍ରି ଉପରେ କମ୍ପାନୀଗୁଡ଼ିକୁ ଇନସେଣ୍ଟିଭ ପ୍ରଦାନ କରିବା ହେଉଛି ପିଏଲଆଇ ସ୍କିମର ମୁଖ୍ୟ ଉଦ୍ଦେଶ୍ୟ ।
0 Comments