ଚାଲି ଚାଲି ଯୋଗାଣ ଅଧିକାରୀ ପହଁଚିଲେ ଯମୁନା କଅଁର ପାଖରେ ।

  


ଖବର  ପ୍ରକାଶ ପାଇବା ର (୧୨) ଘଣ୍ଟା ମଧ୍ୟରେ ପାଦଚଲା ରାସ୍ତାରେ ଏକ କିଲୋମିଟର ଚାଲି ଚାଲି ହିତାଧିକାରୀ ଙ୍କ ଆଖିରେ ପହଁଚିଲେ ଯୋଗାଣ ଅଧିକାରୀ।ଖବର ଅନୁଯାୟୀ ଗତକାଲି ଏକ ଖବର ଯାହାକି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବେରୁଆବାରୀ ପଂଚାୟତର ମଧୁବନ ଗ୍ରାମର ଯମୁନା କଅଁର (୮୦) ସରକାରୀ ଯୋଜନା ରୁ ବଂଚିତ ତଥା ଖାଦ୍ୟ ସୁରକ୍ଷା ଯୋଜନା ରୁ ବଂଚିତହୋଇଥିଲେ . ନୂଆଗାଁ ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ହର୍ଷା ସହ ସାଥୀରେ ଆଧାର କାର୍ଡ ଦାଇତ୍ୱ ରେ ଥିବା କର୍ମଚାରୀ ଙ୍କୁ ସାଥୀରେ ଧରି ଚାଲୀ ଚାଲୀ ଯମୁନା କଅଁର ଙ୍କ ପାଖରେ ପହଂଚି ଆଧାର କାର୍ଡ ସହିତ ରାସନ୍ କାର୍ଡ ର ବେବସ୍ତା କରିଛନ୍ତି । ଯୋଗାଣ ଅଧିକାରୀ ଙ୍କ ଏହିଭଳି ଅସହାୟ ଲୋକଙ୍କ ପାଖରେ ପହଂଚି ଆଧାର କାର୍ଡ ସହିତ ରାସନ୍ କାର୍ଡ ର ବେବସ୍ତା କରିଥୀବାରୁ ବିଭିନ୍ନ ସଂଗଠନ ସାଧୁବାଦ ଜଣାଇଛନ୍ତି । 

Post a Comment

0 Comments