ନୂଆଗାଁ ବ୍ଲକ ସୋରଡ଼ା ଗ୍ରାମ ପଞ୍ଚାୟତ ମଧ୍ୟ୍ୟରେ ମୀନକେତନ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା ଆଜିଠାରୁ ଆରମ୍ଭ ହୋଇଯାଇଛି . ଆଜି ଦିବା 12ଘଟିକା ସମୟରେ ମୁଖ୍ୟ ଅତିଥି ଭାବେ ମୀନକେତନ ମେମୋରିଆଲ ସଂକୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଲଷ୍ମୀନାରାୟଣ ପଟନାୟକ, ଅମାନୁଆଗାଁ 24 ୱେବ ଚାନେଲ ଏଡିଟର ତଥା ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ଉପସ୍ଥିତ ରହି ଏହି ଟୁର୍ନାମେଣ୍ଟ କୁ ଉଦଘାଟନ କରିଥିଲେ.ଏହି ପ୍ରତିଯୋଗୀତା 10ଦିନ ଧରି କାନ୍ହା ପଡ଼ିରେ ହେବ. ସମୁଦାୟ 4 ଟିମ ମଧ୍ୟରେ 16ଟି ମ୍ୟାଚ ଖେଳାଯିବ. ପ୍ରତେକ ଟିମ 12ଓଭର ବିଶିଷ୍ଟ ଏହି କ୍ରିକେଟ ପ୍ରତିଯୋଗୀତା ହେବାକୁ ଯାଉଛି. ଏହିମାସ 31ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ.
0 Comments