ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଡିମିରିଝରି ଖେଳପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପନୀ ସମାରୋହ ଅନୁଷ୍ଠିତ




 ନୂଆଗାଁ ବ୍ଲକ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଡିମିରିଝରି ଖେଳପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଅଦ୍ୟ ତା ୧୭.୧୨.୨୦୨୨ ରିଖ ଶନିବାର ଠାରୁ ତା ୧୯.୧୨.୨୦୨୨ ରିଖ ସୋମବାର ଦିନ ପର୍ଯ୍ୟନ୍ତ ଚାଲି ଥିଲା  । ପ୍ରତିଯୋଗିତାରେ ଉମେଶ ଚନ୍ଦ୍ର କର  ସଭାପତିତ୍ବ କରିଥିଲେ  ସମ୍ମାନିତ ଅତିଥି ଭାବେ  ସମିତି ସଭ୍ୟା ପ୍ରତିନିଧି ସନ୍ତୋଷ କୁମାର ନାୟକ, ବ୍ଲକ୍ କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଭଲିବଲ୍ କନଭେନର ବିଜୟ କୁମାର ବେହେରା, ଖୋ ଖୋ କନ୍ ଭେନର ପରମାନନ୍ଦ ପରିଡ଼ା, କବାଡି କନ୍ ଭେନ୍ ର ବିରଞ୍ଚି ନାରାୟଣ ବେହେରା ଥିବାବେଳେ ନିହାରିକା ମଲ୍ , ପ୍ରତାପ କୁମାର ମହନ୍ତ, ରମେଶ ଚନ୍ଦ୍ର ମାଝି, ଉତ୍କଳକେଶରୀ ଦାସ, କିଶୋରଚନ୍ଦ୍ର ନାୟକ, ଶାନ୍ତିଲତା ସାହୁ, କୃଷ୍ଣଚନ୍ଦ୍ର ମହାପାତ୍ର , ବିପିନ୍ ଚନ୍ଦ୍ର ଦାସ, ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳଟିକୁ ପରିଚାଳନା କରିଥିଲେ ।


ଏଥିରେ ବିଭିନ୍ନ ବର୍ଗରେ ୪୪୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ଏହା ସହିତ ଆଥଲେଟିକ, ଯୋଗ, ବ୍ୟାଡମିଣ୍ଟନ  ୧୯.୧୨.୨୦୨୨ ରିଖ ଦିନ କ୍ରୀଡ଼ା ପ୍ରତିଯୋଗିତା ଆଜି ସମାପ୍ତ ହୋଇଯାଇଛି .ସମୁଦାୟ ୧୦ ଗୋଟି ବିଭାଗରେ କ୍ରୀଡା ପ୍ରତିଯୋଗିତା ହୋଇଥିଲା .


ସେଥିମଧ୍ୟରୁ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା କ୍ରୀଡା ବିତ୍ଙ୍କର ଲିଷ୍ଟ ହୋଇଥିଲେ ମଧ୍ୟ ତାହାକୁ ପ୍ରକାଶ କରାଯାଇନଥିଲା .ସେସବୁ ଲିଷ୍ଟ ଉତୀର୍ଣ୍ଣ ହୋଇଥିବା ପିଲାଙ୍କ ସ୍କୁଲ କୁ ଚିଠି ମାଧ୍ୟମରେ ଜାଇଦିଆଯିବ ବୋଲି ଭିକାରି ଚରଣ ସାହୁ କହିଥିଲେ . ଶାନ୍ତିଶୃକହ୍ନରଲ ସହିତ ଆଜି ଏହି ଉଦ୍ଯାପନୀ ସମାରୋହ ଅନୁଷ୍ଠିତ  ହୋଇଛି .ଶେଷରେ ଉମେଶ ଚନ୍ଦ୍ର କର କ୍ରୀଡା ପତାକା ଅବତରଣ କରିବା ସହିତ ସମସ୍ତ ଶିକ୍ଷା ଏବଂ ଡ଼ିମିରିଝରି ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ .

Post a Comment

0 Comments