ବୌଦ୍ଧ ଜିଲ୍ଲା ରେ ତେଜିଲା କ୍ରସର ବିରୋଧି ଆନ୍ଦୋଳନ l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଖରଭୁଇଁ ଠାରେ ଗୋଟଏ ମାସରୁ ଉର୍ଦ୍ଧ୍ବ ହେବ କ୍ରସର୍ ବିରୋଧି ଆନ୍ଦୋଳନ ଥମିବାର ନାଁ ନେଉନଥିବା ବେଳେ ଆଜି ପୁଣି କ୍ରସର୍ ବିରୋଧି ଆନ୍ଦୋଳନ ଜୋର୍ ଧରିଛି , ବୌଦ୍ଧ ବ୍ଲକ୍ ଗୋଛାପଡା ପଞ୍ଚାୟତ ବିଯାପଦର୍ ଗାଁରେ l ନିକଟ ବର୍ତ୍ତି ଗାଁ ଗୁଡିକରେ ବହୁତ ମାତ୍ରାରେ କ୍ଷୟକ୍ଷତି ହେଉଥିବା ବେଳେ ପ୍ରାୟତଃ ଘର ଫାଟ ଦେବା ସହ ଚାଷଜମି , ରାସ୍ତା ଘାଟଆଦି ଖରାପ ହେବାସହ ଗାଁ ରେ କିଡନୀ ରୋଗୀ ଙ୍କ ସଂଖ୍ୟା ବଢିବା ରେ ଲାଗିଛି l ଗ୍ରାମବାସୀ ମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ ଶୁଣିବାକୁ ନାରାଜ ବୋଲି କହିଛନ୍ତି,ଗ୍ରାମବାସୀ l ତେଣୁକରି ବିଯାପଦର୍ ଓ ସିଆଲିମୁଣ୍ଡା ଗ୍ରାମବାସୀ ରାସ୍ତା ରେ ଗାତ ଖୋଳି ରାସ୍ତା ଅବରୋଧ କରିଥିବା କହିଛନ୍ତି ଗ୍ରାମବାସୀ l ଗତ 1ତାରିଖ ଦିନ ରାମଚଣ୍ଡୀ କ୍ରସର କୁ ସିଆଲିମୁଣ୍ଡା ଛକ ଦେଇ ଏକ ବିସ୍ଫୋରକ ବୋଝେଇ ଟ୍ରକ ଯାଉଥିବା ବେଳେ ଗ୍ରାମବାସୀ ଟ୍ରକ ଟିକୁ ଅଟକ ରଖି ଏ ଅନେଇ ବାଉଁସୁଣି ପୋଲିସ୍ କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ବାଉଁସୁଣି ପୋଲିସ୍ ପହଞ୍ଚି ବିସ୍ଫୋରକ ବୋଝେଇ ଟ୍ରକ ଜବତ କରିବା ସହ ଗାଡି ଡ୍ରାଇଭର ରାଜେଶ୍ ପ୍ରଧାନ କୁ ଥାନା ରେ ଅଟକ ରଖିଛି l ଏହି ମାମଲା ରେ କ୍ରଶର ମାଲିକ ଶ୍ରୀନିବାସ ମିଶ୍ର ଙ୍କ ନାମରେ ମାମଲ ରୁଜୁ କରିଥିଲା ବାଉଁଶୁଣି ପୋଲିସ୍ l
ଦେଖିବାକୁ ବାକୁ ରହିଲା ଜିଲ୍ଲା ପ୍ରଶାସନ ଏହି ଗ୍ରାମବାସୀ ମାନଙ୍କ ପାଇଁ କଣ ସୁବିଧା କରୁଛି ଦେଖିବାକୁ ବାକିରହିଲା l
0 Comments