ନୟାଗଡ଼ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ନୂଆଗାଁ ବ୍ଳକ ଅନ୍ତର୍ଗତ ଆଞ୍ଚଳିକ ହାଇସ୍କୁଲ, ଡିମିରିଝରୀ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଶିଶୁମେଳା ବୁଧବାର ଅପରାହ୍ନରେ ଉଦଯାପିତ ହୋଇଛି। ଇତ୍ୟବସରରେ ଦିବସ ବ୍ୟାପୀ ବିଭିନ୍ନ ପ୍ରତିଯୋଗୀତାରେ ଜିଲ୍ଲାର ୮ଟିଯାକ ବ୍ଳକରୁ ମନୋନୀତ ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାର କ୍ରୁତି ପ୍ରତିଯୋଗୀମାନଙ୍କୁ ରାଜ୍ଯ ସ୍ତରୀୟ ଶିଶୁମେଳା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ।
ଉଦଘାଟନୀ ଉତ୍ସବରେ ସରପଞ୍ଚ ପ୍ରତିନିଧି ବନମାଳୀ ନାୟକ ଉଦଘାଟକ ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଉମେଶଚନ୍ଦ୍ର କର, ରାଜ୍ୟ ସଂପାଦକ ବିନାୟକ ପରିଡ଼ା, ପୂର୍ବତନ ଜିଲ୍ଲା ସମ୍ପାଦକ କିଶୋରଚନ୍ଦ୍ର ପରମଗୁରୁ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ଯ ଗୋଲକବିହାରୀ ସାହୁ, ଜିଲ୍ଲା ଉପସଭାପତି ମିନତି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନ ରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବ ରେ ବିଧାୟକ ରମେଶଚନ୍ଦ୍ର ବେହେରା ମୁଖ୍ଯ ଅତିଥି ରୂପେ ଯୋଗଦେଇଥିଲେ। ଉତ୍ସବରେ ବ୍ଳକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲା ପରିଷଦ ସଦସ୍ଯ ପ୍ରତିମା ଦଳବେହେରା, ସିପିଆଇଏମ ନେତା ବିଶ୍ବନାଥ ମହାପାତ୍ର, ରାଜ୍ୟ ଓଷ୍ଟାର ଯୁଗ୍ମ ସାଧାରଣ ସମ୍ପାଦକ ରଂଜନ କୁମାର ଦାସ, ରାଜ୍ୟ ସମ୍ପାଦକ ମଧୁସୂଦନ ଦେ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ବିଶ୍ବାଳ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଉଭୟ ଉତ୍ସବରେ ଜିଲ୍ଲା ସଭାପତି ଅଯୋଧ୍ୟାନାଥ ନାୟକ ସଭାପତିତ୍ୱ କରିଥିଲେ। ସମ୍ପାଦକ ମାଣୀକେଶ୍ୱର ସ୍ୱାଇଁ ବିବରଣୀ ପ୍ରଦାନ କରିଥିଲେ। ବିଦ୍ଯାଳୟର ପ୍ରଧାନଶିକ୍ଷକ ସୁଧିର କୁମାର ସାହୁ, ସଂଗଠନ ସଂପାଦକ ତଥା ବ୍ଲକ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ମଞ୍ଚାସୀନ ହୋଇଥିଲେ। ସୌଦାମିନୀ ସ୍ୱାଇଁ ମଂଚ ପରିଚାଳନା କରିଥିଲେ। ଯୁଗ୍ମ ସଂପାଦକ ମନୋଜ କୁମାର ଗୁମାନସିଂ ଧନ୍ଯବାଦ ଅର୍ପଣ କରିଥିଲେ।
0 Comments