ପାଗଳ ବେଶରେ ରହି ଲୁଟ ଚଲେଇଥିବା ଜଣେ ଲୁଟେରାକୁ ଗିରଫ କରିଛି ନୟାଗଡ ଟାଉନ ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ କେନ୍ଦୁଝର ଯୋଡ଼ା ଅଞ୍ଚଳର ଛାମୁ ମହନ୍ତ ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି ନୟାଗଡ଼ ସହରରେ ପାଗଳ ବେଶରେ ରହି ଆସୁଥିଲା l ଦିନ ବେଳେ ବନ୍ଦ ଥିବା ଘରକୁ ଟାର୍ଗେଟ କରି ରାତିରେ ସେ ଘରର ତାଲା ଭାଙ୍ଗି ଲୁଟ କରେ । ତାପାଖରୁ 70 ଗ୍ରାମ ସୁନା 500ଗ୍ରାମର ରୁପା ନଗଦ 10ଜହାର ଟଙ୍କା ଜବତ କରିଛି ପୋଲିସ । ଅଭିଯୁକ୍ତ ଜଣଙ୍କ ଜଣେ ପେସାଦାର ଲୁଟେରା ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଅଭିଜୁକ୍ତ ନାଁରେ କେନ୍ଦୁଝର ଜ଼ିଲ୍ଲାର ଯୋଡ଼ା ଓ ଚମ୍ପୁଆ ଅଞ୍ଚଳରେ 8 ଉର୍ଦ୍ଧ୍ବ ଲୁଟ ମାମଲାରେ ସପୃକ୍ତ ଥିବା ପୋଲିସ କହିଛି
0 Comments