ବେଳପଡା ବ୍ଲକ କାର୍ଯ୍ୟାଳୟ ଠାରେ ଆଠ ଦଫା ଦାବି ନେଇ ଅଙ୍ଗନ ୱାଡି କର୍ମୀ ଙ୍କ ଧାରଣା। ରିପୋର୍ଟର-ଭୋଜରାଜ ଦଣ୍ଡସେନା।

ଅଳ ଓଡ଼ିଶା ଅଙ୍ଗନୱାଡି ୱାର୍କର ଆସୋସିଏସନ ଦ୍ୱାରା ଆଜି ବଲାଙ୍ଗୀର ଜିଲ୍ଲାର ବେଳପଡା ବ୍ଲକ ପରିସରରେ ଆଠ ଦଫା ଦାବି ନେଇ ଧାରଣା ଦେଇଛନ୍ତି।ଉକ୍ତ ଧାରଣ ରେ ବେଳପଡା ବ୍ଲକ ର ସମସ୍ତ ଗ୍ରାମର ଅଙ୍ଗନୱାଡି କର୍ମୀ ମାନେ ଯୋଗଦେଇଛନ୍ତି।ଅନେକ ଦିନ ଧାରଣା ଦେଇଥିଲେ ସୁଦ୍ଧା ଆଜି ଯାଏଁ  ପ୍ରଶାସନ କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ  କରିନଥିବାରୁ  ତାଙ୍କର ଧାରଣା ଧୀରେ ଧୀରେ ଆହୁରି ଘନେଇବାରେ ଲାଗିଛି।ଧାରଣା ରେ ଥିବା ପରେ ବି ସୁପ୍ରଭାଇଜର ଓ ସିଡିପିଓ କାର୍ଯ୍ୟ ରେ ଯୋଗ ଦେବା କୁ ବାଧ୍ୟ କରୁଥିବାରୁ ଅଙ୍ଗନୱାଡି କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ଦେଖା ଦେଇଛି।।ତାଙ୍କର ଦାବି ଗୁଡିକ ହେଲା ୧-୨୦୧୮ ମସିହାରେ ବହିଷ୍କୃତ ହୋଇଥିବା ଅଙ୍ଗନୱାଡି କୁ ପୁନଃ ନିଯୁକ୍ତି।


୨-ଅଙ୍ଗନୱାଡି କର୍ମଚାରୀ ମାନଙ୍କୁ ସରକାର କର୍ମଚାରୀ ମାନ୍ୟତା ।

୩-ମିନି ଅଙ୍ଗନୱାଡି  ମାନଙ୍କୁ  ଉଛେଦ କରି ମୁଖ୍ୟ ଅଙ୍ଗନୱାଡି ମାନ୍ୟତା।

୪-ଅବସର କାଳୀନ ରେ ପାଞ୍ଚ ଲକ୍ଷ ଟଙ୍କା ଓ ପେନସନ ପାଞ୍ଚ ହଜାର ଟଙ୍କା ଦିଆଯାଉ।

୫-କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ ପରିବାର ଜଣକୁ ସରକାର ଚାକିରୀ ଦିଆଯିବା ସହ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ।

୬-ଗାଁ କଲ୍ୟାଣ ସମିତି ରୁ ଅଙ୍ଗନୱାଡି କର୍ମୀ କୁ ବାଦ ଦିଆଯାଉ।

୭-ଅଙ୍ଗନୱାଡି କର୍ମଚାରୀ ଙ୍କୁ ପ୍ରମେରି ଶିକ୍ଷୟିତ୍ରୀ ମାନ୍ୟତା।

୮-୫୦% ଅଙ୍ଗନୱାଡି କର୍ମଚାରୀ ଙ୍କୁ ପଦୋନ୍ନତି କରାଯାଉ। ଏହି ଦାବି ଗୁଡିକ ପୂରଣ ନହେଲେ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି

Post a Comment

0 Comments