ନୂଆ ଭାରିଆଣ୍ଟ ବିଏଫ୍.୭ କେତେ ଘାତକ ? ସଂକ୍ରମିତ ଲୋକଙ୍କଠାରେ କେଉଁ କେଉଁ ଲକ୍ଷଣ ଦେଖାଯାଇପାରେ?

 



ଚୀନ୍ରେ ଆତଙ୍କ ସୃଷ୍ଟି କରିଛି ବିଏଫ.୭ ଭୂତାଣୁ । ଏବେ ଏହା ଓଡ଼ିଶାରେ ଚିହ୍ନଟ ହୋଇଛି । ଯାହାକୁ ନେଇ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି । କିପରି କରୋନାର ନୂଆ ଭାରିଆଣ୍ଟ ସହ ମୁକାବିଲା କରାଯିବ ସେନେଇ ବୈଠକରେ ଆଲୋଚନା ହେବ । ତେବେ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଣ୍ଟ ବିଏଫ୍.୭ କେତେ ଘାତକ?


- କରୋନା ସ୍ପାଇକ୍ ପ୍ରୋଟିନରେ ଏକ ସ୍ୱତନ୍ତ୍ର ମ୍ୟୁଟେସନ ଦ୍ୱାରା ଓମିକ୍ରନର ସଂକ୍ରାମକ ସବଭାରିଆଣ୍ଟ୍ ବିଏଫ୍.୭

- ଏହି ମ୍ୟୁଟେସନ୍ ଦ୍ୱାରା ବିଏଫ୍.୭ ଉପରେ ଆଣ୍ଟିବଡିର ପ୍ରଭାବ ପଡୁନାହିଁ

- ଟିକାର ସମସ୍ତ ଡୋଜ୍ ନେଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇପାରିବେ

- ବିଏଫ୍.୭ ରେ ଆକ୍ରାନ୍ତ ବ୍ୟକ୍ତି କମ୍ ସମୟରେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ

- ବିଏଫ୍.୭ ର ଆର ଭ୍ୟାଲୁ ୧୦ରୁ ୧୮.୬ ଅର୍ଥାତ୍ ଜଣେ ବ୍ୟକ୍ତି ୧୦ରୁ ୧୮ ଜଣଙ୍କୁ ସଂକ୍ରମିତ କରିପାରିବେ

- ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥିବା କିମ୍ବା ଅନ୍ୟ ଜଟିଳ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଶୀଘ୍ର ଆକ୍ରାନ୍ତ ହେବା ଆଶଙ୍କା

- ଜ୍ୱର, କାଶ, ଗଳା ଦରଜ ଓ ନାକରୁ ପାଣି ଗଳିବା ଭଳି ଲକ୍ଷଣ ଦେଖିବାକୁ ମିଳିବ

Post a Comment

0 Comments