ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦରେ ଜମିବାଡି ଶତ୍ରୁତାରୁ ଗୁଳିକାଣ୍ଡ ।

 


ନୟାଗଡ଼ ଜିଲା (କୈଳାଶ ସିଅ )ଇଟାମାଟି ଥାନା କୃଷ୍ଣପ୍ରସାଦରେ ଜମିବାଡି ଶତ୍ରୁତାରୁ ଗୁଳିକାଣ୍ଡ । ଜଣେ ମୃତ ହୋଇଥିବା 5 ଜଣ ଗୁରୁତର ଆହତ ହୋଇଛନ୍ତି କୌଣସି ଘଟଣାକୁ ନେଇ ଆଜି ଉଭୟ ଦଳ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ପରେ ଗୁଳିକାଣ୍ଡ ହୋଇଥିଲା। ୨ ପରିବାର ମଧ୍ୟରେ ପୂର୍ବରୁ ଥିବା ଜମିବାଡି ବିବାଦକୁ କେନ୍ଦ୍ରକରି ପ୍ରଥମେ ଯୁକ୍ତିତର୍କ ଓ ପରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ଅନିରୁଧ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ଗୋଷ୍ଟିର 5 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଜାଛି । ଘଟଣା ଘଟିବା ପରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ଜଣଙ୍କୁ ଅଟକ ରଖିଛି । ଘଟଣା ସ୍ଥଳରେ ପୋଲିସ ମୂର୍ତ୍ତୟନ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Post a Comment

0 Comments