ଦଶପଲ୍ଲା କୋର୍ଟ ପରିସରରେ ବାର୍ ଆସୋସିଏସନ ଗୃହ,କ୍ୟାଣ୍ଟିନ୍ ଓ ପ୍ରତିକ୍ଷା ଗୃହ ର ଭିତ୍ତିପ୍ରସ୍ତର ସ୍ଥାପନ ।

 



ଦଶପଲ୍ଲା : - ଆଜି ଦଶପଲ୍ଲା କୋର୍ଟ ପରିସରରେ ବାର୍ ଆସୋସିଏସନ ଗୃହ, କ୍ୟାଣ୍ଟିନ୍ ଗୃହ ଓ ପ୍ରତିକ୍ଷା ଗୃହ ନିର୍ମାଣ ପାଇଁ ମାନ୍ୟବର ମୂଖ୍ୟ ବିଚାରପତି, ଓଡିଶା ହାଇକୋର୍ଟ ,ଏସ୍ ମୂରଲୀଧର କଂ କର କମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବରେ ଓଡିଶା ହାଇକୋର୍ଟ ର ବିଚାରପତି ବି ଆର୍ ଷଡ଼ଙ୍ଗୀ, ବିଚାରପତି ଭି ନରସିଂହ ଯୋଗଦେଇଥିଲେ । ଦଶପଲ୍ଲା ବାର୍ ଆସୋସିଏସନ ର ବରିଷ୍ଠ ଆଡଭୋକେଟ ଶରତଚନ୍ଦ୍ର ବେହେରା ସ୍ବାଗତ ଭାଷଣ ଦେଇଥିବାବେଳେ,ଦଶପଲ୍ଲା ବାର୍ ଆସୋସିଏସନ ର ସଭାପତି ଆଡଭୋକେଟ ଶୁଶାନ୍ତ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଦଶପଲ୍ଲା ବାର୍ ଆସୋସିଏସନ ର ବରିଷ୍ଠ ଆଡ଼ଭୋକେଟ୍ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପାୟନ ପ୍ରଦାନ କରିଥିଲେ ।


ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲ୍ଲା ଓ ଦୈରାଜଜ୍ , ରୁପଶ୍ରୀ ଚୈଧୁରୀ , ନୟାଗଡ଼ ଜିଲ୍ଲାପାଳ, ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯୋଗଦେଇଥିଲେ । ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡିଶା ମଧ୍ୟରେ ଏହି ପ୍ରତିକ୍ଷା ଗୃହ ବହୁ ଊପଯୋଗୀ ହେବବୋଲି ମାନ୍ୟବର ମୂଖ୍ୟ ବିଚାରପତି ଏସ୍ ମୁରଲୀଧର କହିଥିଲେ । ଦଶପଲ୍ଲା ଠାରେ ନିର୍ମିତ ହେବାକୁଥିବା ବାର୍ ଆସୋସିଏସନ ଗୃହ ଦଶପଲ୍ଲା ଆଡଭୋକେଟ ମାନକଂ ପାଇଁ ନିହାତି ଆବଶ୍ୟକ ଥିବାରୁ , ଏହାକୁ ଖୁବ୍ ଶିଘ୍ର ନିର୍ମାଣ କରାଯିବ ବୋଲି କହିଥିଲେ । ଶେଷରେ ଦଶପଲ୍ଲା ବାର୍ ଆସୋସିଏସନ ର ସଂପାଦକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments