ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଏକ୍ସକ୍ୟାଡର ଶିକ୍ଷକ ମାନେ ଆଜି ବ୍ଲକ ଶିକ୍ଷା ଅଧିକାର ଙ୍କ ମାଧ୍ୟମରେ ୦୮ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ କଣ୍ଟାମାଳ ବ୍ଲକ ଏକ୍ସକ୍ୟାଡର ଶିକ୍ଷକ ସଂଘର ସଭାପତି ରତ୍ନନିଧି ଖମାରୀ ଙ୍କ ନେତୃତ୍ୱରେ ବ୍ଲକ ର ଶତାଧିକ ଶିକ୍ଷକ ଅତିରିକ୍ତ ଏବିଇଓ ଉଦ୍ଧବ ମହାଳିକ ଙ୍କୁଦାବିପତ୍ର ପ୍ରଦାନ କରିଛନ୍ତି l ଏଥିରେ ଜ଼ିଲ୍ଲା ସଂଘର ସଭାପତି ରଂଜୁ ଅମାତ,ବ୍ଲକ ସଂପାଦକ କେଶବ ପ୍ରଧାନ,କୋଷାଧ୍ୟକ୍ଷ ନରେଶ କର୍ମୀ ,ଶକୁନ୍ତଳା ସାହୁ,ରବିଚନ୍ଦ୍ର ପ୍ରଧାନ,ତରାଣୀସେନ ସାହୁ,ପ୍ରମୁଖ ଉପସ୍ଥିତ ଥିଲେ l ଆସନ୍ତା ଡିସେମ୍ବର ୨୬ ତାରିଖ ପୂର୍ବରୁ ସମସ୍ତଏକ୍ସକ୍ୟାଡର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରିବା ଇନକ୍ରିମେଣ୍ଟ ପ୍ରଦାନ, ଏନପିଏସ ପରିସର ଭୁକ୍ତ, ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ,ନିୟମିତ ରୁ ବଂଚିତ ଗଣଶିକ୍ଷକ ଙ୍କୁ ନିୟମିତ କରିବା ଦାବିକୁ ପୁରଣ ନକଲେ ଆଗାମୀ ୨୭ଡିସେମ୍ବର ରାଜ୍ୟ ମହାସଂଘର ଡ଼ାକରାରେ ବୌଦ୍ଧ ଜ଼ିଲ୍ଲାର ସମସ୍ତ ଏକ୍ସକ୍ୟାଡର ଶିକ୍ଷକ ମାନେ ଭୁବନେଶ୍ବର ରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଲିରେ ଯୋଗଦେବେ ବୋଲି ଜ଼ିଲ୍ଲା ସଭାପତି ରଂଜୁ ଅମାତ କହିଛନ୍ତି l ସେଥିପାଇଁ ଯାହା ଘଟିବ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆଜି ଉପସ୍ଥିତ ଶିକ୍ଷକ ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ରେ କହିଛନ୍ତି l
…
0 Comments