ଫୁଲବାଣୀ ଜିଲ୍ଲା ର ଚକାପାଦ ବ୍ଳକ ଅନ୍ତର୍ଗତ ବେହେରା ଗାଁ ରେ ଅବସ୍ଥିତ ଏହି ଅବହେଳିତ ଗାଁ ଲଣ୍ଡା ପାଜୂ
ଆଜି ଫୁଲବାଣୀ ଜିଲ୍ଲା ଜଜ୍ ଶୀ ଶିତିକଣ୍ଠ ସାମଲ ଙ୍କ ନିର୍ଦ୍ଦେଶ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଅନୁଶିଳା ରୟ ଉକ୍ତ ଗ୍ରାମକୁ ଯାଇ ଘରକୁ ଘର ବୁଲି ଲୋକ ଙ୍କ ସୂବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ତାଙ୍କ ସହ ସରକାରୀ ପି ,ପି ଶୀ ବିଜୟ ପଟ୍ଟନାୟକ ଓ ପି ଏଲ୍ ଭି ଅଶୋକ କୁମାର ପ୍ରଧାନ ଏବଂ ଡି ଏଲ୍ ଏସ୍ ର ଧ୍ୟାନ ସାହୂ ଉକ୍ତ DLSA ର ପ୍ରତିନିଧି ଦଳ ସହିତ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଯାଇଥିଲେ
ଏବଂ ଚକାପାଦ ବିଡ଼ିଓ, ତହସିଲଦାର ଆଇ ଆଇ ସି ଟିକାବାଲି ମେଡିକାଲ କର୍ମଚାରୀ କୃଷିବିଭାଗ ଅଧିକାରୀ ଯୋଗାଣ ବିଭାଗ ଅଧିକାରୀ ଶିକ୍ଷା ବିଭାଗର ଅଧିକାରୀ ଜଳ ଓ ପରିମଳ ବିଭାଗର କର୍ମଚାରୀ ସହ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମଧ୍ୟ ଉକ୍ତ ଗାଁ କୁ ଯାଇଥିଲେ ଦୀର୍ଘ ଦିନ ହେବ ଗାଁ ଟି ଅବହେଳିତ ହୋଇ ରହିଅଛି ଗାଁ କୁ ରାସ୍ତା ନାହି ବିଦ୍ୟାଳୟ ନାହିଁ ପାନୀୟ ଜଳ ର ଘୋର ଅସୁବିଧା ନଳକୂପ ଅଚଳ ହୋଇ ପଡ଼ିଛି ଇଲେକ୍ଟ୍ରି ନାହିଁ ମେଡିକାଲ ସୁବିଧା ଏତେ ଭଲ ନୁହେଁ ଏବେ ନୂଆ ରେ ଦୂଇ ଜଣ କର୍ମ ଚାରୀ ଶିମତୀ ନିର୍ମଳା ଦାସ୍ ଓ ସବିତା ପାଣି ଗାର୍ହି ଆସି ବାରୁ କିଛି ଦିନ ଗାଁ କୁ ଆସୂଛନ୍ତି ବୋଲି ଗାଁ ଲୋକ ମାନେ କହିଲେ ଇନ୍ଦିରା ଆବାସ ଯୋଜନା ଘର ନାହିଁ ପାଇଖାନା ନାହିଁ
ଲୋକଙ୍କ ଅଭିଯୋଗ କୁ ଗୁରୁତର ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ପ୍ରତିନିଧି ଦଳ ଗୁରୂତ୍ଵପୂର୍ଣ ବୋଲି ଅନୂଭବ କଲେ ଏବଂ ପ୍ରଶାସନିକ ଅଧିକାରୀଙ୍କ ତାଗିଦ୍ କଲେ ଶିଘ୍ର ଲୋକଙ୍କ ସମସ୍ୟାକୁ ସମାଧାନ କର ଏବଂ ଲୋକଙ୍କ ସୁଖ ଦୁଃଖ ରେ ପ୍ରଶାସନ ସାମିଲ ହେଉ
ଶେଷରେ ଗାଁ ଲୋକମାନେ ଜଜ୍ ମାଡାମ ଙ୍କୁ ପାଖରେ ପାଇ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି କହିଲେ ଏବଂ ଅଶୋକ ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ
0 Comments