ଚରିତ୍ର ଦର୍ଶନ - ମହର୍ଷି ବେଦବ୍ୟାସ

 




ପ୍ରସ୍ତାବନା
ଯୁବାକେନ୍ଦ୍ର ମାଧ୍ୟମରେ ପ୍ରତ୍ୟେକ ସପ୍ତାହ ତେଜଯୁକ୍ତ ବିଚାରମାନଙ୍କର ଶ୍ରବଣ ଏବଂ ଚିନ୍ତନ କରି ସେହି ବିଚାରକୁ ଜୀବନରେ ଆତ୍ମସାତ କରିବାର ପ୍ରଯନô ଆମେ
କରୁଛେ । ଯୁବାକେନ୍ଦ୍ରର ଏହି ବୈଠକ ମୋତେ ଜୀବନରେ ଆଗକୁ ବଢିବାର ମାର୍ଗ ଦର୍ଶନ ସର୍ବଦା ଦେଇଚାଲିଥାଏ । ଏଠାରେ ବସି ଆମେ ଗୁଣଦର୍ଶନ, ଚରିତ୍ର
ଦର୍ଶନ, ମନ୍ତବ୍ୟ ଦର୍ଶନ ଅଥବା ଉସôବ ଦର୍ଶନ ମାଧ୍ୟମରେ ଜୀବନ ବିକାଶର କଥା ହୋଇଥାଉ । ଆଜି ଆମେ ଏପରି ଚରିତ୍ରର ଅଧ୍ୟୟନ କରିବାକୁ ଯାଉଛେ ଯେ
ଋଷି ପରମ୍ପରାର ଶିରୋମଣୀ ସମାନ ଅଟନ୍ତି, ଯିଏ ଭଗବାନଙ୍କର ପ୍ରିୟ (ଲାଡଲେ) ଅଟନ୍ତି , ଜ୍ଞାନର ଶିଖରରେ ପହଂଚିଛନ୍ତି । ଜ୍ଞାନପୂର୍ଣ୍ଣ ବୁଦ୍ଧି ସହିତ ହୃଦୟ ଭାବ
ଓ ଭକ୍ତିରେ ଭରପୂର ଅଟେ । ଯାହାଙ୍କ ଦ୍ୱାରା ଅବିରତ କର୍ମଯୋଗ କରାଯାଇଛି । ଆଜି ଏପରି ମହର୍ଷି ବେଦବ୍ୟାସଙ୍କ ଚରିତ୍ର ସଂବଦ୍ଧରେ ଆମେମାନେ ବିଚାର
କରିବାକୁ ଯାଉଛେ । ଏପରି କୁହାଯାଇଥାଏ ଯେ ଜଗତର ଯାହା ବି କିଛି ଜାଣିବା ଯୋଗ୍ୟ ଅଛି ତାହା ଉପରେ ବ୍ୟାସ ବିଚାର କରିଛନ୍ତି ଏବଂ ଲେଖିଛନ୍ତି ।
ଏଥିପାଇଁ କୁହାଯାଇଥାଏ ଯେ ବ୍ୟାସୋଚ୍ଛିଷ୍ଠଂ ଜଗତ ସର୍ବଂ । ବ୍ୟାସ ପୂର୍ଣ୍ଣିମା ଆଷାଢ ମାସର ପୂର୍ଣ୍ଣମୀକୁ ମାନ୍ୟ କରାଯାଇଥାଏ ଯାହାକୁ ଆମେ ସାଧାରଣତଃ
ଗୁରୁପୂର୍ଣ୍ଣିମା କହିଥାଉ, ଏହା ଏହି ସପ୍ତାହରେ ରହିଛି ।
ବେଦବ୍ୟାସ କା ଜନ୍ମ ଔର ଉନକା ବ୍ରତ
ବେଦବ୍ୟାସଙ୍କର ଜନ୍ମ ଦ୍ୱାପର ଯୁଗରେ ହୋଇଥିଲା । ଋଷି ପରାସର ତାଙ୍କର ପିତା ଥିଲେ ଏବଂ ମାତାଙ୍କର ନାମ ସତ୍ୟବତୀ ଥିଲା । ରାମଙ୍କ ଅଷ୍ଟଗୁରୁଙ୍କ ସଂସ୍ଥାର
ପ୍ରଧାନ ଋଷି ବଶିଷ୍ଠଙ୍କ କୂଳରେ ବେଦବ୍ୟାସଙ୍କର ଜନ୍ମ ହୋଇଥିଲା କାରଣ ବଶିଷ୍ଠଙ୍କର ପୁତ୍ର ଶକ୍ତି,ଶକ୍ତିଙ୍କର ପୁତ୍ର ପରାସର ଏବଂ ପରାସରଙ୍କର ପୁତ୍ର ବେଦବ୍ୟାସ
ଅଟନ୍ତି । ତାଙ୍କର ରଙ୍ଗ କଳା ଥିଲା ଏଥିପାଇଁ ତାଙ୍କର କୃଷ୍ଣ ନାମ ହୋଇଥିଲା ଏବଂ ଯମୁନା ଦ୍ୱୀପରେ ତାଙ୍କର ଜନ୍ମ ହୋଇଥିଲା ଏଥିପାଇଁ ତାଙ୍କୁ କୃଷ୍ଣ ଦ୍ୱୌପାୟନ
ନାମ ରହିଥିଲା ।
ସାମାନ୍ୟ ରୂପରେ ଦେଖିବା ତ କୌଣସି ବି ବ୍ୟକ୍ତି ନିଜର ଜୀବନ ଉନ୍ନତ କରାଇବା ପାଇଁ ଅଧିକରୁ ଅଧିକ ପ୍ରଯନô କରିଥାଏ ।କେହି କେହି ବ୍ୟକ୍ତି ନିଜର କୁଟୁମ୍ବ
ପାଇଁ, ନିଜର ଗାଁ ର ବିକାଶ ପାଇଁ ପ୍ରଯନôଶୀଳ ରହିଥାନ୍ତି କିନ୍ତୁ ବେଦବ୍ୟାସଙ୍କ ଭଳି ମହାପୁରୁଷମାନଙ୍କ ଜନ୍ମ ମାନବ ଜାତିକୁ ହଜାର ବର୍ଷ ପର୍ଯ୍ୟନ୍ତ ମାନବତାର
ଶୀକ୍ଷା ଏବଂ ବିଚର ପ୍ରଦାନ କରିବା ପାଇଁ ହୋଇଥାଏ । ଲୋକମାନଙ୍କର ଜୀବନ ଦିବ୍ୟ ହେଉ,ଭକ୍ତି ଲୋକୋତର ହେଉ ଏବଂ ଲୋକମାନେ ଦୀନ ଦୁର୍ବଳ,
ଲାଚାର ରୁହନ୍ତୁ ଏଥିପାଇଁ ବୈଦିକ ବାଙ୍କମୟ ଘରଘର ନେଇ ଯିବା ଦରକାର । ଏହା ବିଚାର କରି ଏବଂ ଏହି ବ୍ରତ ନେଇ ସେ କାମ କରିଛନ୍ତି ।
ଜୀବେତ୍ ସରଦଃ ଶତମ୍ !ମୋଦାମ୍ ଶରଦଃ ଶତମ୍ ! ଅଜିତ ଶ୍ୟାମ ସରଦଃ ଶତମ୍ । ଅର୍ଥାାତ ମୋତେ ଶହେ ବର୍ଷ ପର୍ଯ୍ୟନ୍ତ ବଂଚିବାକୁ ଅଛି , ମରିବାର
ଅଭିଳାଶା ନରଖିବାବାଲା ଜୀବନ କିନ୍ତୁ ଦୀନତା ରହିତ ଆନନ୍ଦ ପ୍ରମୋଦ ଯୁକ୍ତ ଜୀବନ ହେବା ଦରକାର ।ଏପରି ଗର୍ଜନା ବେଦ କରିଛି ଅଭାବରେ ଏବଂ
ଅସୁବିଧାରେ ମଧ୍ୟ ଛାତି ଉଂଚା କରି ମୁଁ ବଂଚିକରି ଦେଖାଇବି । ଏପରି କେବଳ ଦୁନିଆକୁ ହୀଁ ନୁହେଁ ବରଂ ଭଗବାନଙ୍କୁ ମଧ୍ୟ ସାହସର ସହିତ କହିବାର ଶକ୍ତି
ବେଦର ବିଚାର ମଧ୍ୟରେ ରହିଛି ଏବଂ ଏଥିପାଇଁ ଏହି ବିଜିଗୀଷୁ ବିଚାର ପ୍ରତ୍ୟେକ ବ୍ୟକ୍ତିକୁ ମିଳିବା ଦରକାର ଏହା ବେଦବ୍ୟାସ ସ୍ପଷ୍ଟ ଭାବରେ ମାନିଥାନ୍ତି । ସେହି
ବିଚାର ଉପରେ ଆଧାରିତ ସଂପୂର୍ଣ୍ଣ ଜୀବନ , ବୈଦିକ ବିଚାର ଉପରେ ଆଧାରିତ ଜୀବନ ହଜାର ବର୍ଷ ପର୍ଯ୍ୟନ୍ତ ମାନବକୁ ମିଳୁଥାଉ ଏପରି ଯଶଶ୍ୱୀ କର୍ମଯୋଗ
ବେଦବ୍ୟାସ କରିଛନ୍ତି ।
ବେଦବ୍ୟାସ - ଜୀବନ ଏବଂ ବାଙ୍କମୟ
ବେଦବ୍ୟାସ ବୈଦିକ ବାଙ୍କମୟର ଗଭୀର ଭାବରେ ଅଧ୍ୟୟନ କରି ତାହାର ସଂଶୋଧନ କରି ପୃଥକୀକରଣ କରିଛନ୍ତି । ସେବେଠାରୁ ଲୋକମାନେ ତାଙ୍କୁ
“ବିବ୍ୟାସ ବେଦାନ”ଏପରି କହିବାକୁ ଲାଗିଲେ । ଏବେ ସେ ବେଦବ୍ୟାସ କୁହାଯିବାକୁ ଲାଗିଲେ । ବେଦ ତିଷ୍ଠି ରହିବା ଦରକାର ଏବଂ ତାହାର ଯୋଗ୍ୟ ଅର୍ଥ
ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ଯିବା ଦରକାର ଏଥିପାଇଁ ବେଦକୁ ଚାରିଭାଗ କଲେ । ଔପୋରୁଷେୟ ବିଚାରଧାରାକୁ ଏପରି ଭାବରେ ବିଭାଜିତ କରିବା କୌଣସି
ଛୋଟକଥା ନୁହେଁ । ଏହି କାମ ପାଇଁ ସେ ସୁମନ୍ତୁ, ଜୈମିନି, ବୈଶମ୍ପାୟନଙ୍କୁ ତଥା ପୈଲ ଋଷିଙ୍କୁ ପାଖକୁ ଡକାଇଲେ ପୁଣି ସୁମନ୍ତଙ୍କୁ ଅର୍ଥବବେଦ , ଜୈମିନିଙ୍କୁ
ସାମ ବେଦ, ବୈଶମ୍ପାୟନଙ୍କୁ ଯର୍ଜୁବେଦ,ପୈଲଋଷିଙ୍କୁ ଋଗବେଦ ଦେଲେ । ସେ ବୈଦିକ ନିଷ୍ଠା ଛିଡା କରିବା ପାଇଁ ବେଦକୁ ଚାରି ଭାଗ କରିଛନ୍ତି ।ବେଦ ଅର୍ଥାତ
କେବଳ ପ୍ରକରଣ ନୁହେଁ କିନ୍ତୁ ଗୋଟିଏ ବେଦରେ ଅନେକ ସୁତ୍ର ମନ୍ତ୍ର ରହିଛି । ଏପରି ବେଦକୁ ଭାଗ କରି ସେ ବିଚାରଧାରାକୁ ପୁର୍ନଜୀବିତ କରିଛନ୍ତି । ତତ୍ପଶ୍ଚାତ
ସେ ଅଷ୍ଟାଦ୍ଦଶ ପୁରାଣର ରଚନା କରିଛନ୍ତି । ବେଦର ବିଚାରକୁ ସରଳତା ପୂର୍ବକ ଯେ କେହିବି ବୁଝିପାରୁ ଏଥିପାଇଁ କାହାଣୀ ସ୍ୱରୂପରେ ଏହି ପୁରାଣର ରଚନା
କରିଛନ୍ତି । ଭକ୍ତି ପ୍ରଦାନ ଭାଗବତ ମଧ୍ୟ ଏହି ଅଠର ପୁରାଣମାନଙ୍କ ମଧ୍ୟରୁ ଗୋଟିଏ ଅଟେ ।
ବେଦବ୍ୟାସ ବିଶ୍ୱର ସବୁଠାରୁ ବଡ ତତ୍ୱଜ୍ଞାନୀ ଅଟନ୍ତି । ଏଥିପାଇଁ ପୁରାଣର ରଚନା ସହିତ ବ୍ରହ୍ମସୁତ୍ରର ରଚନା ମଧ୍ୟ କରିଛନ୍ତି । ଚାରିପାଦ, ସୋହଳ ଅଧ୍ୟାୟ ତଥା
୫୫୫ସୁତ୍ରରେ ବିଶ୍ୱର ସମସ୍ତ ଦାର୍ଶନିକ ବିଚାରାଧାରକୁ ସମାବିଷ୍ଟ କରିଛନ୍ତି । ଏହି ବ୍ରହ୍ମସୁତ୍ର ଏଥିପାଇଁ ପବିତ୍ର ଅଟେ କାରଣ ଭଗବାନ କୃଷ୍ଣଙ୍କୁ ମଧ୍ୟ ସେଥିପ୍ରତି
ଆଦର ରହିଛି । ଏଥିପାଇଁ ତ ଭଗବାନ କୃଷ୍ଣ ଗୀତାରେ କହିଛନ୍ତି ବ୍ରହ୍ମସୁତ୍ର ପଦୈଶ୍ଚୈ÷ବ ହେତୁ ମଦ୍ଭିର୍ବିନିଶ୍ଚିତୈଃ (ମୁଁ ଯାହା ସଂକ୍ଷେପରେ କହୁଛି ତାହାକୁ ବିସ୍ତାରିତ
ଭାବରେ ପଢିବା ପାଇଁ ବ୍ରହ୍ମସୁତ୍ରର ଆଧାର ନିଅ)
ଏତେ ପ୍ରଚଣ୍ଡ କାମକରିବା ପରେ ବେଦବ୍ୟାସ ଗୃହସ୍ଥାଶ୍ରମର ସ୍ୱୀକାର କରିଛନ୍ତି । ଜାବାଲୀ ଋଷିଙ୍କ ପୁତ୍ରୀ ବାଚିକାଙ୍କ ସହିତ ବେଦବ୍ୟାସ ଗୃହସ୍ଥ ଜୀବନ ସ୍ୱୀକାର
କରିଛନ୍ତି ।
ବେଦବ୍ୟାସ ଔର ଭାରତ କା ଇତିହାସ
ଭାରତର ଇତିହାସ ଉପରେ ବେଦବ୍ୟାସଙ୍କର ବହୁତ ଉପକାର ରହିଛି । ଭାରତର ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠା ଅର୍ଥାତ ମହାଭାରତ ।ଭଗବାନ ଗଣପତିଙ୍କ ଦ୍ୱାରା
ଲେଖାଯାଇଥିବା ମହାଭାରତ ବେଦବ୍ୟାସଙ୍କ ଦ୍ୱାରା ବିଶ୍ୱକୁ ଦିଆଯାଇଥିବା ସର୍ବୋତମ,ମହାନତମ ଉପହାର ଅଟେ କାରଣ ସେଥିରେ ହଜାର ବର୍ଷ ପର୍ଯ୍ୟନ୍ତ
ମାନବକୁ ଛିଡା କରାଇପାରିବ ଏପରି ଶ୍ରୀମଦ୍ଭଗବଦ୍ଗୀତା ରହିଛି । ଡା. ଓି୍ୱଣ୍ଟର ନିଡଜ କହିଥାନ୍ତି ଯେ ବିଶ୍ୱରେ ମହାଭାରତ ଭଳି ବେଜୋଡ ବାଙ୍କମୟ
କେଉଁଠାରେ ବି ନାହିଁ । ମହାଭାରତର ନିର୍ମାଣ ମଧ୍ୟ ବ୍ୟାସ କରିଛନ୍ତି ଏବଂ ତାହାର ମହତ୍ୱପୂର୍ଣ୍ଣ ଅଂଶ ମଧ୍ୟ ସେ ନିଜେ ହୀଁ ଅଟନ୍ତି ।
ବ୍ୟାସଙ୍କ ଲିଖିତ ଭାରତୀୟ ଇତିହାସର ପାତ୍ର ଭୀଷ୍ମ,ଦୋ୍ରଣ,ଦୌ୍ରପଦୀ,ପାଣ୍ଡବ ଆଜି ଜୀବନଙ୍କର ପ୍ରତ୍ୟେକ ପରିସ୍ଥିତିରେ ଅବିଚଳିତ ଭାବରେ ଛିଡା ରହିଥିବାର
ଦେଖାଯାଇଥାଏ । ଜୀବନ ପ୍ରତି ଦେଖିବାର ଏକ ସାହସପୂର୍ଣ୍ଣ ଦୃଷ୍ଟିକୋଣ ବ୍ୟାସ ପ୍ରଦାନ କରିଛନ୍ତି । ବୈଶ୍ୱିକ ବାଙ୍କମୟକୁ ଜୀବନ୍ତ ରଖିବାର ମହତ କାର୍ଯ୍ୟ ବ୍ୟାସ
ଋଷି କରିଛନ୍ତି ।
ନିର୍ଭୟ ସତ୍ୟ କଥନ ଏହା ବ୍ୟାସ ଲିଖିତ ମହାଭାରତର ବୈଶିଷ୍ଟ୍ୟ ଅଟେ । ଯାହା ହୋଇଛି ତାହା , ଯାହା ଯେଉଁପରି ଥିଲା ସେହିପରି ଭାବରେ ବ୍ୟାସ
ମହାଭାରତରେ ଦେଖାଇଛନ୍ତି ,ଏଥିପାଇଁ ସୁଜ୍ଞ ବାଚକଙ୍କ ଧ୍ୟାନରେ ଆସିବ ଯେ ଏଥିରେ ମହର୍ଷି ବ୍ୟାସ ଗୁଣବାନ ଏବଂ ସତ୍ୟନିଷ୍ଠ ପାଣ୍ଡବମାନଙ୍କର ଅଭାବକୁ ମଧ୍ୟ
ଦେଖାଇଛନ୍ତି ଏବଂ ଖଳପୁରୁଷ ଦୁର୍ଯୋଧନଙ୍କର ଭଲଗୁଣକୁ ମଧ୍ୟ ଦେଖାଇଛନ୍ତି । ମାନବ ଜୀବନର ସମସ୍ତ ପହଲୁର ମନୁଷ୍ୟ ସ୍ୱାଭାବର ସମସ୍ତ ରଙ୍ଗର ,ଭାରତୀୟ
ବିଚାରଧାରର ସମ୍ପୁର୍ଣ୍ଣ ବ୍ୟାପ,ଏସବୁ ଏହି ଗ୍ରନ୍ଥରେ ଦେଖିବାକୁ ମିଳିଥାଏ ଏଥିପାଇଁ ଏ ଗ୍ରନ୍ଥର ନାମ ମହାଭାରତ ରଖାଗଲା କାରଣ ଭାରତୀୟ ସଂସ୍କୃତିର ଅଧ୍ୟୟନ
ମହାଭାରତ ବିନା ପୂର୍ଣ୍ଣ ହୋଇପାରିବ ନାହିଁ ।
ଏପରି ସାହସ ଯୁକ୍ତ କଲମ ବ୍ୟାସ ଋଷିଙ୍କର ହୀଁ କଲମ ହୋଇପାରିବ ଏଥିପାଇଁ ଆମର ପୂର୍ବଜମାନେ କହିଛନ୍ତି ।
ଅଚତୁବର୍ଦୋନ ବ୍ରହ୍ମା ଦ୍ୱିବାହୁ ରପରୋ ହରି । ଅଭଲ ଲୋଚନଃ ସମ୍ଭୁ ଭଗବାନ ବାଦରୟଣଃ ।(ଚାରିମୁଖ ନାହିଁ କିନ୍ତୁ ବ୍ରହ୍ମ ଦେବ ଅଟନ୍ତି , ଚାରି ବାହୁ ନାହିଁ
ତଥାପି ମଧ୍ୟ ବିଷ୍ଣୁ ଅଟନ୍ତି , ଲଲାଟରେ ତୃତୀୟ ନେତ୍ର ନାହିଁ ତଥାପି ମଧ୍ୟ ଶିବ ଅଟନ୍ତି । ଏପରି ଭଗବାନ ବାଦରାୟଣଃ (ବ୍ୟାସ) ଅଟନ୍ତି ।)
ଭଗବାନ କୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ଗୀତା ଆଜି ମଧ୍ୟ ଲୋକମାନଙ୍କର ଜୀବନର ରଣାଙ୍ଗନରେ ଲଢିବାର ପ୍ରେରଣା ଦେଇଥାଏ । ଭଗବାନ କୃଷ୍ଣଙ୍କ ଚରିତ୍ର
ବ୍ୟାସ ଏପରି ଭାବରେ ବର୍ଣ୍ଣନା କରିଛନ୍ତି ଯିଏ ପ୍ରେମପୂର୍ବକ ଅର୍ଜୁନଙ୍କୁ ପାଖକୁ ନେଇ ଜୀବନରେ ଶୂରବୀରତାର ପାଠ ପଢାଇଛନ୍ତି ଆଜି ମଧ୍ୟ ଯେତେବେଳେ
ଆମେ ଗୀତା ଖୋଲିଥାଉ ତେବେ ଆମକୁ କଣ ଏପରି ଲାଗିନଥାଏ କି ଭଗବାନ ସେତିକି ହୀଁ ପ୍ରେମର ସହ ଆମକୁ ମଧ୍ୟ ସାହସର ପାଠ ପଢାଉଛନ୍ତି । ଏହି ଗୀତା
ଆଜି ଆମ ପାଖରେ ଅଛି ତାହାର କାରଣ ତାକୁ ଗ୍ରନ୍ଥିତ କରାଇବାବାଲା ବ୍ୟାସଙ୍କର ଦୀର୍ଘ ଦୃଷ୍ଟି ଅଟେ ।

Post a Comment

0 Comments