ଦଶପଲ୍ଲା,୧୫।୧୨ ( ହୀ:ପ୍ର ) ଦଶପଲ୍ଲାର ବୟୋଜ୍ଯଷ୍ଠ ଶିକ୍ଷକ ତଥା ବିଶିଷ୍ଟ ରାମଚରିତ ମାନସ ପ୍ରବଚକ ଦିନବଂଧୁ ଦାଶ ଆଜି ପୂର୍ବାହ୍ନରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲେ ହେଁ ସେ ସ୍ବାଭାବିକ ଚଳପ୍ରଚଳ କରୁଥିଲେ। ତେବେ ଆଜି ନିତ୍ୟ କର୍ମ କରିବା ସମୟରେ ହଠାତ୍ ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାଯାଇଛି । ତେବେ ସ୍ବର୍ଗତ ଦାଶ ୧୯୩୫ ମସିହାରେ ଗଣିଆ ର ଏକ ସ୍ବତ୍ରୀୟ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଦଶପଲ୍ଲା ତାଙ୍କର କର୍ମଭୂମି ଥିଲା। ସେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ପରବର୍ତ୍ତୀ ସମୟରେ ଓଡିଶାର ବିଭିନ୍ନ ସ୍ଥାନରେ ରାମ ଚରିତ ମାନସ ପାରାୟଣ କରିବା ସହ ନିଜେ ପ୍ରବଚନ ଦେଉଥିଲେ । ତାଙ୍କ ମୃତ୍ୟୁର ଖବର ପାଇ ଦଶପଲ୍ଲା ତଥା ଆଖପାଖ ଅଞ୍ଚଳରୁ ଶହଶହ ଛାତ୍ର ଛାତ୍ରୀ ଶେଷ ଦର୍ଶନ କରିଥିଲେ । ପରେ ମର ଶରୀରକୁ ଜନ୍ମସ୍ଥାନ ଗଣିଆ ନିଆଯାଇଥିଲା । ଦଶପଲ୍ଲାରୁ ଗଣିଆଁ ରାସ୍ତାର ବିଭିନ୍ନ ସ୍ଥାନରେ ସ୍ବର୍ଗତ ଦାଶକଂ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଜମାହୋଇ ଅନ୍ତିମ ଦର୍ଶନ କରିଥିଲେ । ବଡ ପୁଅଙ୍କ ଅସୁସ୍ଥତା କାରଣରୁ, ବଡ ମଝିଆ ପୁଅ ବୁଲୁମିଶ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁ ଯୋଗୁ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ,ଦଶପଲ୍ଲା ଅଂଚଳର ବରିଷ୍ଠ ସଂଗଠକ ତଥା,ଦଶପଲ୍ଲା ର ଜଣା ଶୁଣା ବ୍ୟକ୍ତି ପ୍ରଫୁଲ୍ଲ କୁମାର ମିଶ୍ର (ଫୁକୁ) ଭାଇନାକଂ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇ ଥିଲା।
ସେ କୁଞ୍ଜବନ ସାଂସ୍କୃତିକ ସାଂସଦ ସମ୍ପାଦକ/ଲଙ୍କପୋଡ଼ି ଯାତ୍ରା କମିଟି ସମ୍ପାଦକ/ମହାବୀର ଅଥଲେଟିକ୍ ଆସୋସିଏସନ୍ ସମ୍ପାଦକ/ବିପ୍ଳବୀ ଗୋବିନ୍ଦ ମିଶ୍ର ସୃତି କମିଟି ର ସମ୍ପାଦକ ଭଳି ,ବହୁ ସଂଗଠନ ଦାୟିତ୍ଵ ତୁଲାଇ ଥିଲେ । ସେ ଜୀବନ ବ୍ୟାପି ଦଶପଲ୍ଲା ମାଟିର ସେବା ରେ ନିୟୋଜିତ ଥିଲେ। ଏହି ବ୍ୟକ୍ତି ବିଶେଷ ଙ୍କ ଅବର୍ତ୍ତ ମାନରେ ଦଶପଲ୍ଲା ଅଂଚଳ ବାସୀ ଗଭୀର ଶୋକବ୍ୟକ୍ତ କରିବା ସହିତ ଦିବଂଗତ ଆତ୍ମା ର ସଦଗତି କାମନା କରିଛନ୍ତି ।
0 Comments