*ତାରିଖ ୦୫/୧୨/୨୨, ସୋମବାର*
*୧-ଆଜି ପଦ୍ମପୁର ଭୋଟ୍, ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୭ ହଜାର ଭୋଟର। ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ହେବ ମତଦାନ।*
*୨-ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ଆଜି ଲଘୁଚାପ ଚାପ,୮ ୯ରେ ବର୍ଷିବ।*
*୩-୧୨ ତାରିଖରେ ରାଜ୍ୟବ୍ୟାପୀ ଓକିଲ ସଂଘର ସତ୍ୟାଗ୍ରହ।*
*୪-ଆଜି ଇଡିରେ ହାଜର ହେବେ ଅର୍ଚ୍ଚନା,ଇଡି ଅଫିସର ସୁରକ୍ଷା ବ୍ୟବସ୍ଥା କଡାକଡି।*
*୫-ଖଣ୍ଡଗିରି: କଥା କଥାକେ ବୁଲୁଛି ଖଣ୍ଡା,ଖଣ୍ଡା ଚୋଟରେ କାନ ଛିଡିଲା, ଅଭିଯୁକ୍ତ ଗିରଫ।*
*୬-ମେକ୍ଇନ୍ ଓଡ଼ିଶାର ସଫଳତା : ବାୟୋଟେକ୍ନୋଲୋଜି କ୍ଷେତ୍ରରେ ୧୨୫୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି।*
*୭-ଦେବ୍ରିଗଡରେ ବୁଲୁଛି ମହାବଳ। ଜଙ୍ଗଲ ଭିତରକୁ ପ୍ରବେଶ ଦୃଶ୍ୟ କ୍ୟାମେରାରେ କଏଦ ପରେ ତତ୍ପର ହେଲା ବନବିଭାଗ।*
*୮-କିଟ୍ରେ ଆୟୋଜିତ ଜାତୀୟ ଶିଶୁ ମହୋତ୍ସବର ଦ୍ୱିତୀୟ ଦିନ, ମୁଖ୍ଯ ଅତିଥି ଭାବେ ଯୋଗଦେଲେ ଇରଫାନ୍ ପଠାନ୍।*
*୯-ଭିଜିଲାନ୍ସ ହାବୁଡରେ ସିନ୍ଧେକେଲା ଥାନା ଆଇଆଇସି, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ବିଭାଗ।*
*୧୦-ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, G20 ବ୍ରିଫିଂ ବୈଠକରେ ଯୋଗଦେବେ।*
*୧୧-ଦିଲ୍ଲୀରେ ସ୍ଥିତି ସାଂଘାତିକ: ପ୍ରଦୂଷଣରେ ଆକ୍ତାମାକ୍ତ ଲୋକେ, ନିର୍ମାଣ କାର୍ଯ୍ୟ ବ୍ୟାନ୍ କଲେ ସରକାର।*
*୧୨-ମା’ ହୀରାବେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଅହମ୍ମଦାବାଦରେ ଦେବେ ଭୋଟ୍।*
*୧୩-ଆସନ୍ତାବର୍ଷରୁ ଏମ୍ସ ହେବ ଇ-ହସ୍ପିଟାଲ, ପେପରଲେସ ହେବ ଏମ୍ସ ଚିକିତ୍ସା ସମ୍ପର୍କିତ ପଞ୍ଜୀକରଣ ବ୍ୟବସ୍ଥା।*
*୧୪-ଡ଼ାକା:ରୋମାଞ୍ଚକର ମ୍ୟାଚରେ ଭାରତକୁ ୧ ୱିକେଟରେ ହରାଇଲା ବାଂଲାଦେଶ।*
*୧୫-ପୃଥିବୀକୁ ସୁରକ୍ଷିତ ଫେରିଲେ ଚୀନର ତିନି ମହାକାଶଚାରୀ, ସ୍ପେସ୍ ଷ୍ଟେସନରେ ଥିଲେ ୧୮୩ ଦିନ।*
. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
0 Comments