ପାଦ ଛୁଇଁ ପ୍ରଣାମ କରିବା ର ଉପକାରିତା 🙏

 


🙏 ଭାରତୀୟ ସଭ୍ୟତା ର ଗୋଟିଏ ପୁରୁଣା ପରମ୍ପରା ହେଉଛି ପାଦ ଛୁଇଁ ପ୍ରଣାମ କରିବା। ଯାହା ସହିତ ଯୋଡି ହୋଇ ରହିଛି ବିଭିନ୍ନ ଧାର୍ମିକ ଓ ବୈଜ୍ଞାନିକ କାରଣ। ତା ସହିତ ସନାତନ ଧର୍ମରେ ବଡ ମାନଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଉତ୍ତମ ସଂସ୍କାର ଅଟେ। ପ୍ରତ୍ୟକ୍ଷ ଓ ପରୋକ୍ଷରେ ପାଦ ଛୁଇଁ ପ୍ରଣାମ କରିବାର ରହିଛି କିଛିଟା ଲାଭ।

🙏 ଆସନ୍ତୁ ଜାଣିବା ପାଦ ଛୁଇଁ ପ୍ରଣାମ କରିବାର ଲାଭ ବିଷୟରେ:-

🙏 ପାଦ ଛୁଇଁ ପ୍ରଣାମ କରିବାର ଅର୍ଥ ହେଉଛି ସମ୍ପୁର୍ଣ୍ଣ ଶ୍ରଦ୍ଧା ଭାବରେ କାହା ଆଗରେ ନତମସ୍ତକ ହେବା।ଏହାଦ୍ୱାରା ମନରେ ବିନମ୍ରତା ଆସିଥାଏ ଓ ମନକୁ ଶାନ୍ତି ମିଳିଥାଏ। ତା ସହିତ ପାଦ ଛୁଇଁ ପ୍ରଣାମ କରିବା ଦ୍ୱାରା ବ୍ୟକ୍ତି ଅନ୍ୟକୁ ମଧ୍ୟ ନିଜ ଆଚରଣରେ ପ୍ରଭାବିତ କରିଥାଏ।

🙏 ଯେତେ ବେଳେ ଆମେ କୌଣସି ସମ୍ମାନୀୟ ବ୍ୟକ୍ତିଙ୍କ ପାଦ ସ୍ପର୍ଶ କରିଥାଉ ମାନ୍ୟତା ଅନୁସାରେ ସେତେବେଳେ ଉକ୍ତ ସମ୍ମାନୀୟ ବ୍ୟକ୍ତିଙ୍କ ହାତ ଦ୍ୱାରା ଆମ ମସ୍ତକ ରେ ପଜିଟିଭ ଏନର୍ଜି ଆଶୀର୍ବାଦ ଭାବରେ ପଡିଥାଏ। ଏହାଦ୍ୱାରା ଆମର ଆଧ୍ୟାତ୍ମିକ ଓ ମାନସିକ ବିକାଶ ହୋଇଥାଏ।

🙏 ଶାସ୍ତ୍ରରେ କୁହାଯାଇଛି ଯେ ପ୍ରତିଦିନ ବଡ ମାନଙ୍କ ନିକଟରୁ ଆଶୀର୍ବାଦ ନେବା ଦ୍ୱାରା ଆୟୁ,ବିଦ୍ୟା,ଯଶ ଓ ବଳ ରେ ବୃଦ୍ଧି ହୋଇଥାଏ।


Post a Comment

0 Comments