
କଥାଦେଇ କଥା ରଖିଲେ ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ । ଦଶପଲ୍ଲା ଚାରିଗୋଟି ପଂଚାୟତ ର ତଥା , ଆଦିବାସୀ ମାନକଂର ଆରାଧ୍ୟାଦେବୀ ତଣ୍ଡାବାଡି ଗ୍ରାମପଂଚାୟତ ର ସାକେଣୀ ( ଗୁଣ୍ଠାପାଜୁ ) ଗ୍ରାମରେ ବିରାଜିତା , ମା ବାଗଦେବୀ କଂ ପୀଠସ୍ଥଳୀ ର ଉନ୍ନତିକରଣ ପାଇଁ ଅଳ୍ପଦିନ ତଳେ ଦଶପଲ୍ଲା ଅଂଚଳର ବିଶିଷ୍ଠ ଧର୍ମପରାୟଣ ବ୍ୟକ୍ତି ତଥା , ସମାଜସେବୀ ,ଶ୍ରୀହରି ନାୟକ କଥା ଦେଇଥିବାବେଳେ,କେତେକ ଖଳ ପ୍ରକୃତି ଓ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ଲୋକକଂ , କୁ - ଚକ୍ରାନ୍ତ ଯୋଗୁଁ କାର୍ଯ୍ୟାରମ୍ଭରେ ବିଳମ୍ବ ହୋଇଥିବାବେଳେ, ମା କଂ ଅପାର କରୁଣାରୁ ଏବେ ଏବେ ମା କଂ ଯାତ୍ରା ପଡିଆର ଉନ୍ନତିକରଣ କାର୍ଯ୍ଯ ସମାପନ ହୋଇଛି । ସମାଜସେବୀ ଶ୍ରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ,ମାଟି, ମୋରମ୍,ବାଲି ପକାଇ ଯାତ୍ରା ପଡିଆକୁ ସମତୁଲ କରାଯାଇଛି । ମା କଂର ବାର୍ଷିକ ପୂଜା ଓ ଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସମାପନ ହୋଇଥିବା ଯୋଗୁଁ , ଅଂଚଳବାସୀ ଓ ପୂଜା କମିଟିର କର୍ମକର୍ତ୍ତା ମାନେ, ଶ୍ରୀ ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ପ୍ରକାଶ ଥାଉକି, ଶ୍ରୀ ନାୟକ ଦଶପଲ୍ଲା ଅଂଚଳ ସମେତ, ବୈଦ୍ଧ, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶତାଧିକ ମଠ,ମନ୍ଦିର, ଭାଗବତ ଟୁଂଗୀ ର ନବନିର୍ମାଣ କରିବା ସଂଗେ ସଂଗେ ପୁନରୁଦ୍ଧାର କରିବା ସହିତ ବିଭିନ୍ନ ଧର୍ମାନୁଷ୍ଠାନ ର ପୃଷ୍ଠପୋଷକତା କରି ଜଣେ ଅତ୍ୟନ୍ତ ଧର୍ମପରାୟଣ ବ୍ୟକ୍ତି ଭାବରେ ସୁ ଖ୍ୟାତି ଅର୍ଜନ କରିଛନ୍ତି । ନିକଟ ଅତୀତରେ ଶ୍ରୀ ନାୟକ ତାକଂ ଧାର୍ମିକ କାର୍ଯ୍ୟ ପାଇଁ ସାଧୁସନ୍ଥ ସମାଜ ତରଫରୁ ,ମଣୀଭଦ୍ରା ପୀଠରେ , ଧର୍ମରକ୍ଷକ ଦମ୍ପତ୍ତି ଭାବରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଗତ ଦୁଇଦିନ ତଳେ ଶ୍ରୀ ନାୟକ ଦଶପଲ୍ଲାର କୈବଲ୍ୟଗିରୀ ମଠର ଉନ୍ନତିକରଣ ପାଇଁ ମଧ୍ୟ ସଂକଳ୍ପବଦ୍ଧ ହୋଇଥିବାବେଳେ , କୈବଲ୍ୟଗିରୀ ମଠର ଉନ୍ନତିକରଣ କାର୍ଯ୍ୟ ଖୁବ୍ ଶିଘ୍ର ଆରମ୍ଭ ହେବବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
0 Comments