ଚାହାଳି ସରକାରୀ ଜନଶକ୍ତି ଉଚ୍ଚ ବିଦ୍ୟାଳୟ ରେ୨୭ ତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଉଦ୍ଯାପନୀ ସମାରୋହ



ଚାହାଳି ସରକାରୀ ଜନଶକ୍ତି ଉଚ୍ଚ ବିଦ୍ୟାଳୟ ରେ୨୭ ତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯଇଛି  .ନୂଆଗାଁ ବ୍ଲକ୍ ରେ ଥିବା ବିଭିନ୍ନ ବିଦ୍ୟାଳୟରୁ ସିନିଅର, ଜୁନିଅର ଏବଂ ସବ ଜୁନିଅର ବିଭାଗରେ ୮୮ ଟି ବିଜ୍ଞାନ ପ୍ରକଳ୍ପ ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ମେଳା କୁ ନେଇ ଆସିଥିଲେ ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ପ୍ରତିମା ଦଳ ବେହେରା,ଯୁବ ବୈଜ୍ଞାନିକ ରମେଶ ଚନ୍ଦ୍ର ବିଶ୍ବାଳ,ବିଜ୍ଞାନ ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ଷଡ଼ଙ୍ଗୀ,ବି ଆର୍ ସି ସି ଜ୍ୟୋସ୍ନାରାଣୀ ସେଠୀ ପ୍ରମୁଖ ଯୋଗ ଦେଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ୧୨ ଟି ପ୍ରକଳ୍ପ ର ଛାତ୍ର ଛାତ୍ରୀ ଏବଂ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।

ସବ ଜୁନିଅର ବିଭାଗରେ ବିରୁଡ଼ା ପ୍ରାଥମିକ ବିଦ୍ୟାଳୟ , ମହିତମା ପ୍ରାଥମିକ ବିଦ୍ୟାଳୟ ଏବଂ ନୀଳାଦ୍ରି ପୁର ପ୍ରାଥମିକ ବିଦ୍ୟାଳୟ ର ବିଜ୍ଞାନ ପ୍ରକଳ୍ପ ,ଜୁନିଅର ବିଭାଗରେ ସୁଣ୍ଡି ଝୋଲା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେଉଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗାତେରୀ ସରକାରୀ ହଜାରୀ ଅପଗ୍ରେଟେଡ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛି।

 

ସେହିପରି ସିନିଅର ବିଭାଗରେ ଚାହାଳି ଜନଶକ୍ତି ହାଇସ୍କୁଲ , ଖଣ୍ଡୁଗାଁ ଅପଗ୍ରେଟେଡ ହାଇସ୍କୁଲ, ବାହାଡ଼ ଝୋଲା ସରକାରୀ ଉଚ୍ଚ ବିଦ୍ୟାଳୟ ,ନୂଆଗାଁ ଉଚ୍ଚ ବିଦ୍ୟାଳୟ,ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଜଗନ୍ନାଥ ପ୍ରସାଦ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗଣିତ ,ବିଜ୍ଞାନ ବିଷୟ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ସମ୍ପଡା କ୍ଲଷ୍ଟର ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା,ଶିକ୍ଷକ ଅଶୋକ କୁମାର ପଣ୍ଡା,କବିରାଜ ବିଶ୍ଵାଳ ଏବଂଶ୍ରୀଧର ବେହେରା  ।

Post a Comment

0 Comments