ସକାଳର ଖବର, ୦୯-ଡିସେମ୍ବର-୨୦୨୨, ଶୁକ୍ରବାର

 



➡️୧-ଏଣିକି ମୋ ବସ୍‌ ରେ ମାଗଣା ଯାତ୍ରା କରିବେ ଦିବ୍ୟାଙ୍ଗ ଯାତ୍ରୀ । ମୋ ବସ୍‌ରେ ଦୃଷ୍ଟିହୀନ, ମାନସିକ ଭିନ୍ନକ୍ଷମ ଯାତ୍ରୀଙ୍କୁ ଯାତ୍ରା ପାଇଁ ଆଉ ଦେବାକୁ ପଡ଼ିବ ନାହିଁ ଦେୟ ।

➡️୨-ପ୍ରକାଶ ପାଇଲା ଓଏଏସ୍‌-୨୦୨୧ ପ୍ରିଲିମ୍‌ ପରୀକ୍ଷାଫଳ। ପରୀକ୍ଷାରେ ମୋଟ ୫୨୯୬ଜଣ ପରୀକ୍ଷାର୍ଥୀ ହେଲେ କୃତକାର୍ଯ୍ୟ l

➡️୩-ଘନୀଭୂତ ହେଉଛି ବାତ୍ୟା ମେନ-ଣ୍ଡୋସ୍‌। ଓଡ଼ିଶାରେ ବାତ୍ୟାର ପ୍ରଭାବ ନାହିଁ, କିନ୍ତୁ ଏହାର ବାହ୍ୟ ବଳୟ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

➡️୪-ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l

➡️୫-କେନ୍ଦୁଝର ଜିଲାରୁ ମୟୂରଭଞ୍ଜ ଜିଲା ବାଦାମପାହାଡକୁ ରେଳଲାଇନ୍‌ ସଂଯୋଗ ହେବ। ଦୀର୍ଘ ୮୦ କିମି ନୂଆ ରେଳଲାଇନ୍‌ କାମର ଫାଇନାଲ ଲୋକେଶନ ସର୍ଭେ ପାଇଁ ରେଳବାଇ ବିଭାଗ କୋଲକାତା ଦକ୍ଷିଣ ପଶ୍ଚିମତଟ ରେଳବାଇର ସାଧାରଣ ପ୍ରବନ୍ଧକଙ୍କୁ ଲେଖିଲେ ଚିଠି l

➡️୬-ମୋଦୀ ମ୍ୟାଜିକ ଆଗରେ ଫିକା ପଡିଲେ ବିରୋଧୀ  । ଗୁଜରାଟରେ ସପ୍ତମ ଥର ପାଇଁ ପୁଣି ସରକାର ଗଢିଲା ବିଜେପି ।୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ ।

➡️୭-ଧାମନଗର ପରାଜୟର ପ୍ରତିଶୋଧ, ପଦ୍ମପୁରରେ ନେଲା ବିଜେଡ଼ି । ପଦ୍ମପୁର ରେ ବିପୁଳ ଭୋଟରେ ବିଜୟୀ ହେଲେ ବର୍ଷା ସିଂ ବରିହା l

➡️୮-ଗୁଜରାଟରେ ବିଜେପିର ବିପୁଳ ବିଜୟ ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଗୁଜରାଟର ଲୋକେ ଏଥର ନୂଆ ଇତିହାସ କଲେ ସୃଷ୍ଟି l

➡️୯-ହିମାଚଳ ପ୍ରଦେଶରେ ସରକାର ଗଠନ କରିବ କଂଗ୍ରେସ, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର l ୪୦ଟି ଆସନରେ କଂଗ୍ରେସ ବିଜୟ ହାସଲ କରି ସରକାର ଗଠନ କରିବା ସହ ବିଜେପି ୨୫ଟି ଆସନରେ ବିଜୟ ହାସଲ କରି ବିରୋଧୀ ଦଳରେ ରହିବ ।

➡️୧୦-‘କେଜିଏଫ୍‌’ ଚଳଚ୍ଚିତ୍ରରେ ଅନ୍ଧ ବୁଢ଼ା ଭୂମିକାରେ ଅଭିନୟ କରିଥିବା କ୍ରିଷ୍ଣା ଜି. ରାଓଙ୍କ ହେଲା ଦେହାନ୍ତ l

➡️୧୧-ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ସାମିଲ ହେବ ରାମ୍ପେଜ ମିସାଇଲ l

➡️୧୨-ମଧ୍ୟପ୍ରଦେଶର ବୈତୁଲର ମାଣ୍ଡଭି ଗ୍ରାମରେ ବୋରୱେଲରେ ପଡ଼ିଥିବା ୬ ବର୍ଷର ବାଳକ ତନ୍ମୟକୁ ୪୫ ଘଣ୍ଟା ପରେ ବି ଉଦ୍ଧାର କରାଯାଇପାରିନାହିଁ ।

➡️୧୩-ଜମାଟୋ ପରେ ସ୍ୱିଗିରେ ହୋଇପାରେ ଛଟେଇ, ଡିସେମ୍ବରରେ ବାହାରିପାରନ୍ତି ୨୫୦ କର୍ମଚାରୀ l

➡️୧୪-ତାମିଲନାଡୁରେ ବାତ୍ୟା ପାଇଁ ସତର୍କ ସୂଚନା ହେଲା ଜାରି, ଏ ନେଇ ସ୍କୁଲ କଲେଜ ହେଲା ଛୁଟି l

➡️୧୫-ଭାରତପେର ପୂର୍ବତନ ଏମଡି ଏବଂ କୋ-ଫାଉଣ୍ଡର ଅଶନୀର ଗ୍ରୋଭର ପାଇଁ ଅଡ଼ୁଆ, ୮୦ କୋଟି ଠକେଇ ଅଭିଯୋଗରେ ପତ୍ନୀଙ୍କ ଉପରେ ମାମଲା ରୁଜୁ କଲା BharatPe l

➡️୧୬-ପୁରୁଷ ହକି ବିଶ୍ଵକପ୍ ୨୦୨୩ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଲା ଏଫଆଇଏଚ୍ ମାନ୍ୟତା ପାଇଥିବା ଓଡ଼ିଶାର ୪ଟି ନୂତନ ହକି ଟର୍ଫ। ଉଭୟ ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଥିବା ହକି ବିଶ୍ଵକପ୍‌ ଏହି ଟର୍ଫଗୁଡ଼ିକୁ ବ୍ୟବହାର କରାଯିବ।

➡️୧୭-ପାକିସ୍ତାନରେ ଇଂଲଣ୍ଡ ଟିମ୍ ରହୁଥିବା ହୋଟେଲ ପାଖରେ ହେଲା ଗୁଳିକାଣ୍ଡ, ୪ ଜଣ ହେଲେ ଗିରଫ l ଦୀର୍ଘ ୧୭ ବର୍ଷ ପରେ ଇଂଲଣ୍ଡ ଟିମ୍ ଟେଷ୍ଟ ସିରିଜ୍ ଖେଳିବାକୁ ପାକିସ୍ତାନ ଆସିଛି । ୨ ଦେଶ ମଧ୍ୟରେ ଆଜି ଠାରୁ ମୁଲତାନରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।

➡️୧୮-ଫିଫା ବିଶ୍ୱକପରୁ ସ୍ପେନ୍‌ ଦଳର ବିଦାୟ ପରେ କୋଚ୍‌ ପଦରୁ ଇସ୍ତଫା ଦେଲେ ଲୁଇସ୍‌ ଏନ୍‌ରିକ୍‌।

➡️୧୯-ପୋଲାଣ୍ଡ ରେ ଅପରେସନ୍ ଥିଏଟରରୁ ଫିଫା ବିଶ୍ୱକପ୍ ମ୍ୟାଚ୍ ଦେଖିଲେ ବ୍ୟକ୍ତି l ଭାରତର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ବ୍ୟକ୍ତିଙ୍କ ଭାଇରାଲ ଫଟୋ ସେୟାର କରି ବ୍ୟକ୍ତିଙ୍କୁ ପୁରସ୍କାରଦେବା ପାଇଁ କଲେ ଦାବୀ l

➡️୨୦-ପ୍ରଥମ ଭାରତୀୟ ‌କ୍ରିକେଟର୍‌ ଭାବେ ୫୦୦ ଛକା ମାରି ଗୌରବ ଅର୍ଜନ କଲେ ରୋହିତ ଶର୍ମା l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ll
*🔅ଆଜିଠାରୁ ପବିତ୍ର ପୌଷ ମାସ ଆରମ୍ଭ ll
🔅ଆଜି ଆନ୍ତର୍ଜାତୀୟ ପ୍ରାଣୀ ଚିକିତ୍ସା ଦିବସ ll
🔅ଆଜି ଜାତୀୟ ଲାଲମା ଦିବସ ll
🔅ଆଜି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଜନ୍ମଦିନ ll

Post a Comment

0 Comments