ନୂଆଗାଁ ବ୍ଲକ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ସଂଘ ର ଦାବିପତ୍ର

 


ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୭ ଦଫା  ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଓଟିଇଟି ଉଚ୍ଛେଦ କରି ଗଣଶିକ୍ଷକ ମାନଙ୍କୁ ନିୟମିତ କରିବା, ଏକ୍ସ କ୍ୟାଡ଼ର ଉଚ୍ଛେଦ ସହ କ୍ୟାଡ଼ର ଭୁକ୍ତ କରିବା,ଟ୍ରେଜେରି ମାଧ୍ୟମରେ ଦରମା ପ୍ରଦାନ ଆଦି ୭ ଦଫା ଦାବି ଗୁଡ଼ିକ ସ୍ଲୋଗାନ ଦେଇ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।ସେଠାରେ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଏ ବି ଓ ଉମେଶ ଚନ୍ଦ୍ର କରଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ।ଏହି ଶୋଭାଯାତ୍ରା  ରେ ନୂଆଗାଁ ବ୍ଲକ୍  ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ପ୍ରକାଶ କୁମାର ବେହେରା,ସମ୍ପାଦକ ସୁଧିରଞ୍ଜନ ପରିଡ଼ା,ସହ ସମ୍ପାଦକ ଲକ୍ଷ୍ମୀଧର ବେହେରା,ଜିଲ୍ଲା କୋଷାଧ୍ୟକ୍ଷ ସୁକାନ୍ତ କୁମାର ଦାସ,ବ୍ଲକ୍ କୋଷାଧ୍ୟକ୍ଷ ଅନନ୍ତ କୁମାର ସାହୁ , ଉପଦେଷ୍ଟା ଦୟାନିଧି ସାହୁ,ପ୍ରକାଶ ଚନ୍ଦ୍ର ସାହୁ ,ସଂଗଠକ ଦିଲ୍ଲୀପ କୁମାର ଦାସ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।


Post a Comment

0 Comments