ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୨ ପ୍ରଥମ ସେମିଫାଇନାଲ ପୋଷ୍ଟାଲ ଓଡ଼ିଶାକୁ ହରାଇ ଫାଇନାଲରେ ପ୍ରବେଶ କଲା ଏସ.ବି ଇଲେଭେନ୍

 


ନୟାଗଡ଼:  ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟି-୨୦ ନୟାଗଡ଼ କପ୍-୨୦୨୨ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଦୁଇ ପ୍ରତିଦ୍ୱନ୍ଦୀ ଏସ୍.ବି ଇଲେଭେନ୍ ଭୁବନେଶ୍ୱର ଓ ପୋଷ୍ଟାଲ ଓଡ଼ିଶା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ପ୍ରଥମ ସେମିଫାଇନାଲ ମ୍ୟାଚକୁ ସମାଜସେବୀ ସୁଧିର ଚମ୍ପତ୍ତି ଓ ଗଦାଧର ପ୍ରସାଦର ସମିତିସଭ୍ୟ ମାନସ ମହାପାତ୍ର ଉଦଘାଟନ କରିଥିବା ସହ ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।  ପ୍ରଥମ ସେମିଫାଇନାଲରେ ପୋଷ୍ଟାଲ ଓଡ଼ିଶା ଓ ଏସ.ବି ଇଲେଭେନ୍ ମଧ୍ୟରେ ଟସ୍ ପଡିଥିଲା ।  ଏସ.ବି ଇଲେଭେନ୍ ପ୍ରଥମେ ଟସ୍ ଜିତି ପୋଷ୍ଟାଲ୍ ଓଡ଼ିଶାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରି ନିଜଦଳ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲେ ।  ପୋଷ୍ଟାଲ ଓଡ଼ିଶାର ଅମ୍ରିତ୍ ଖଟୁଆ ଓ ଅଭୟ ମଲ୍ଲିକ୍ ଦୁଇ ଓପନର ଓପନିଂ କରିଥିଲେ । ୧ରନ୍ କରିଥିବା ବେଳେ ପୋଷ୍ଟାଲ ଓଡ଼ିଶା ଟିମକୁ ଫ୍ରଥମ ଝଟକା ଲାଗିଥିଲେ । ପୋଷ୍ଟାଲ ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭର ପୂର୍ବରୁ ଅର୍ଥାତ୍ ୧୭.୫ ଓଭରରେ ଦଳର ସମସ୍ତ ୱିକେଟ୍ ହରାଇ ମାତ୍ର ୧୦୫ରନ କରିବାରେ ସକ୍ଷମ ହୋଇଥିଲେ ।  ରାଜେଶ କୁମାର ସେଠୀ ୨୪ଟି ବଲ ସମ୍ମୁଖୀନ କରି ୩ଟି ଚୌକା ଓ ୧ଟି ଛକା ସହାୟତାରେ  ଦଳ ପକ୍ଷରୁ ସର୍ବାଧିକ ୩୦ରନ କରିଥିଲେ ଏବଂ ସନ୍ତୋଷ ଜେନା ୧୭, ଏସ.କେ ସଲମାନ୍ ୧୩ରନ କରିଥିଲେ ।  ଏସ.ବି ଇଲେଭେନର ମିଲନ୍ ସାମଲ ଓ ରଘୁନାଥ ମଲ୍ଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।  ଦ୍ୱିତୀୟ ଇଂନିସ ଖେଳ ଆରମ୍ଭରୁ ଏସ୍.ବି ଇଲେଭେନ୍ ୧୦୬ରନର ବିଜୟ ଲକ୍ଷ ନେଇ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଦୁଇ ଓପନର ବ୍ୟାଟ୍ସମ୍ୟାନ୍ ଶ୍ୱସ୍ତିକ ସାମଲ ଓ ରଘୁନାଥ ମଲ୍ଲ ।


ଏସ.ବି ଇଲେଭେନ୍ ୩୮ରନ କରିଥିବା ବେଳେ  ଦଳକୁ ପ୍ରଥମ ଝଟକା ଲାଗିଥିଲା । ଶ୍ୱସ୍ତିକ ସାମଲ ୧୩ଟି ବଲର ସମ୍ମୁଖୀନ ହୋଇ ୩ଟି ଚୌକା ଓ ୧ଟି ଛକା ଚହାୟତାରେ ୨୦ରନ କରି କ୍ୟାଚ୍ ଆଉଟ୍ ହୋଇ ପ୍ୟାଭେଲିୟନକୁ ଫେରିଥିଲେ । ରଘୁନାଥ ମଲ୍ଲ, ଶୁଭମ୍ ଦାସ ଓ ମାନସ ରଂଜନ ନାୟକଙ୍କ ଧୂଆଁଧାର ବ୍ୟାଟିଂ ୧୪.୪ଓଭରରେ ୩ଟି ଓି୍ୱକେଟ୍ ହରାଇ ୧୦୯ରନ କରି ଦଳକୁ ବିଜୟୀ କରାଇଥିଲେ ।  ଏସ.ବି ଇଲେଭେନ୍ ପ୍ରଥମ ସେମିଫାଇନାଲ ମ୍ୟାଚକୁ ୭ୱିକେଟ୍ ବିଜୟୀ ହୋଇ ପ୍ରଥମ ଦଳ ହିସାବରେ ଟି-୨୦ ନୟାଗଡ଼ କପ୍-୨୦୨୨ର ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲ ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ କରିଥିବା ଯୋଗୁଁ ଏସ୍.ବି ଇଲେଭେନ ଖେଳାଳୀ ରଘୁନାଥ ମଲ୍ଲ ମ୍ୟାନ୍ ଅପ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା ।  ଅନ୍ୟତମ ଅତିଥି ଭାବେ ଟାଉନଥାନାର ଏସ.ଆଇ ର୍ଧମେନ୍ଦ୍ର ଶିଆଳ ମ୍ୟାନ୍ ଅପ୍ ଦ ମ୍ୟାଚ ବିବେଚିତ ହୋଇଥିବା  ରଘୁନାଥ ମଲ୍ଲକୁ ଟ୍ରଫି ସହ ପୁରଷ୍ଟାର ପ୍ରଦାନ କରିଥିଲେ । ଟି-୨୦ ନୟାଗଡ଼ କପ୍-୨୦୨୨ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲକୁ ବିସିସିଆଇ ଲେବୁଲ୍ ୱାନର ଅମ୍ପୟାର ଶରତ ଚନ୍ଦ୍ର ସାହୁ ଓ ଓସିଏର ଅମ୍ପୟାର ବିଭୂ ପ୍ରସାଦ ଚୌଦୁରୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗଣେଶ୍ୱର ମିଶ୍ର ଓ ଆଶୁତୋଷ ମିଶ୍ର ଧାରାବିବରଣୀ ପ୍ରଦାନ କରିଥିଲେ । ନୟାଗଡ଼ ବ୍ଲକର ସମସ୍ତ ଜିଲ୍ଲାପରିଷଦ ସହାର୍ଯ୍ୟା ସହଯୋଗ କରିଥିଲେ ।  ଅନଲାଇନ୍  ଓ ଅଫଲାଇନ୍ ସ୍କୋରର ସୁଶିଲ୍ କୁମାର ସୁନ୍ଦରାୟ ସହଯୋଗ କରିଥିଲେ । ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ଓ ନୟାଗଡ଼ କପର ସଦସ୍ୟମାନେ ସାହାର୍ଯ୍ୟ ସହଯୋଗ କରିଥିଲେ । ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲରେ କଟକ ୟୁନିଅନ୍ ସ୍ପୋର୍ଟିଂ କ୍ଲବ ସହ ନୟାଗଡ଼ ଜିଲ୍ଲା କ୍ରକେଟ୍ କ୍ଲବ ମଧ୍ୟରେ ଅନୁଷ୍ଠି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Post a Comment

0 Comments