ସଂକ୍ଷେପରେ ଖବର

 *👉🏿କଂଗ୍ରେସର ଦୁଇ ବିଧାୟକ ସୁରେଶ ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଲାଗିଲା କାରଣ ଦର୍ଶାଅ ନୋଟିସ l ଦଳୀୟ ବିଶୃଙ୍ଖଳା ପାଇଁ ଉଭୟଙ୍କୁ ହେଲା ନୋଟିସ ଜାରି l ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ଉଭୟ ବିଧାୟକଙ୍କୁ ହେଲା ନିର୍ଦ୍ଦେଶ l*


*👉🏿ସରିଲା ଗୋବିନ୍ଦର ଶବବ୍ୟବଚ୍ଛେଦ .. ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଗୋବିନ୍ଦର ପୋଷ୍ଟମର୍ଟମ ହୋଇଛି .. କଡା ସୁରକ୍ଷା ମଧ୍ୟରେ ୩ଜଣିଆ ଏଫଏମଟି ପ୍ରଫେସର ଗୋବିନ୍ଦର ପୋଷ୍ଟମର୍ଟମ କରିଥିବା ବେଳେ ସମ୍ପୂର୍ଣ୍ଣ ଶବବ୍ୟବଚ୍ଛେଦ ପ୍ରକ୍ରିୟାର ଭିଡିଓ ରେକର୍ଡିଂ ହୋଇଛି..*



*👉🏿ଇଡକଲ ଉପ ପରିଚାଳକ ଗୟା ସାନ୍ତରାଙ୍କ ଘରୁ ବାହାରୁଛି ପୁଳାପୁଳା ସମ୍ପତ୍ତି .. ଆଜି ଭୁବନେଶ୍ବର ସ୍ଥିତ ଘରୁ ନଗଦ ଏକ କୋଟି ୬ ଲକ୍ଷ ୪ହଜାର ୫ ଶହ ଟଙ୍କା ଭିଜିଲାନ୍ସ ଜବତ କରିଛି .. ଯାହାକି ଚଳିତ ବର୍ଷର ଏହା ଚତୁର୍ଥ ସର୍ବାଧିକ ନଗଦ ଅର୍ଥ ବୋଲି କହିଛି ଭିଜିଲାନ୍ସ ..*


*👉🏿ଭିଜିଲାନ୍ସ ଇଡକଲ୍‌ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଅନେକ ସମ୍ପତ୍ତି ସହ ପୁଳାପୁଳା ସୁନା ଓ ରୁପା ମଧ୍ୟ ଜବତ କରିଛି .. ଭୁବନେଶ୍ୱର ଘରୁ ୧କିଗ୍ରା ୮୩ ଗ୍ରାମ୍‌ ସୁନା ସହ ୬କିଗ୍ରା ୭୫୦ ଗ୍ରାମ ରୁପା ଜବତ ହୋଇଛି ..*


*👉🏿ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଜପତି ଜିଲା କାଶୀନଗର ଏନଏସିର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁ.. ବିଲ୍ ପାସ୍‌ କରିବା ପାଇଁ ଜଣେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜେଇଙ୍କୁ ଧରିଛି ଭିଜିଲାନ୍ସ .. ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି..*


*👉🏿ବିଶ୍ୱରେ ପୁଣି ଥରେ କରୋନା କାୟା ବିସ୍ତାର କରୁଛି .. ଚୀନ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି.. ଭାରତରେ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ବିଶ୍ୱର କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି .. ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କରିବେ କରୋନା ସମୀକ୍ଷା l*

Post a Comment

0 Comments