ନୂଆଗାଁ ବ୍ଲକ ଅନ୍ତର୍ଗତଃ ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆଜିର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଛନ୍ତି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ହରିହର ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଗୋଦାବରୀଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଯୁଗ୍ମ ସଚିବ କୃଷ୍ଣଚନ୍ଦ୍ର ସତପଥି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ତ୍ରିନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଆଜିର କାର୍ଯ୍ୟକ୍ରମ
(ସୁବର୍ଣ୍ଣ ଜୟନ୍ତୀର ବାର୍ତା)
“ଆସ ଆମେ ଅତୀତକୁ ଭୁଲିଯିବା ,
ପଶୁମାନେ
ଭୁଲିଯାନ୍ତି ନିଜର ଅତୀତକୁ ,
ଆମେ ସେମାନଙ୍କ ସ୍ତରକୁ ଯିବାନି .
ଆମେ ମଣିଷ ମଣିଷ ହୋଇ ଜନ୍ମ ହୋଇଛେ ,
ମଣିଷ ଟିଏ ହୋଇ ମରିବା
ଅନ୍ତତଃ ମୃତ୍ୟୁ ବେଳେ କେହି କହିବେନି ଗୋଟେ ଅମଣିଷଟାଏ ଚାଲିଗଲା ମୃତ୍ୟୁ ବେଳେ କହିବେ
ଆଖିରୁ ଦୁଇଧାର ଲୁହ ଗଡାଇ ଆସିବ .
କହିବେ ମଣିଷ ଟିଏ ଚାଲିଗଲା ତାହାହିଁ ଜୀବନର ବଡ଼ ସାର୍ଥକତା
ଏହି ଅବସରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସ୍କୁଲର ଉନ୍ନତି ସହିତ
ଛାତ୍ରଛାତ୍ରୀ ମାନଙ୍କ ବିକାଶ ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ
ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ସହ ବର୍ତମାନର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ
0 Comments