*╭─────────────────────╮*
*🌄
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଜି-୨୦ ପାଇଁ ରାଷ୍ଟ୍ରପତି ଭବନରେ ଆଜି ବସିବ ସର୍ବଦଳୀୟ ବୈଠକ l ଏହି ବୈଠକକୁ ୪୦ଟି ରାଜନୈତିକ ଦଳର ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇଛି।
➡️୨-ଶ୍ରୀମନ୍ଦିର ଡ୍ରୋନ ଭିଡିଓ ଭାଇରାଲ ଘଟଣାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଓଡ଼ିଶାବାସୀଙ୍କୁ ହାତଯୋଡ଼ି କ୍ଷମା ମାଗିଲେ ବଙ୍ଗୀୟ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ l
➡️୩-ମାଙ୍କୁ ଭେଟି ଆଶିର୍ବାଦ ନେଲେ ମୋଦି, ଗୁଜରାଟ ବିଧାନସଭା ନିର୍ବାଚନରେ ଆଜି ଦେବେ ଭୋଟ l
➡️୪-ଏ ବର୍ଷର ଶେଷ ଭୋଟ୍ ଆଜି ପଦ୍ମପୁର ଉପନିର୍ବାଚ ଲାଗି ସକାଳ ୭ଟାରୁ ସଂଧ୍ୟା ୪ଟା ଯାଏଁ ହେବ। ୨ ଲକ୍ଷ ୬୯ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।
➡️୫-ଆସନ୍ତାବର୍ଷ ଠାରୁ ଏମ୍ସ ହେବ ଇ-ହସ୍ପିଟାଲ l ପେପରଲେସ ହେବ ଏମ୍ସ ଚିକିତ୍ସା ସମ୍ପର୍କିତ ପଞ୍ଜୀକରଣ ବ୍ୟବସ୍ଥା l
➡️୬-ଆଜି ପେଟ୍ରୋଲ ଦର ହ୍ରାସ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ବଜାର ବିଶେଷଜ୍ଞମାନେ ପୂର୍ବରୁ କଲେ ଆକଳନ l
➡️୭-ଆଜି ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଭଦ୍ରକରେ ହେବ ୮ ଘଣ୍ଟିଆ ବନ୍ଦ୍ l ସକାଳ ୬ ରୁ ଦିନ ୨ ଟା ପର୍ଯ୍ୟନ୍ତ ଭଦ୍ରକ ସହର କୁ ବନ୍ଦ୍ କରାଯିବ।
➡️୮-ଭାରତକୁ ଆଖି ଦେଖାଇଲା ନେପାଳ: ଭାରତ ସୀମାରେ ଲୋକେ କାମ କରୁଥିବା ବେଳେ ପଥର ଫିଙ୍ଗିଲେ ନେପାଳୀ, ଏବେ ବି ଉତ୍ତେଜନା ଜାରି l
➡️୯-୪୦ ହଜାର ପୋଲିସ ସୁରକ୍ଷାରେ ସରିଲା ଦିଲ୍ଲୀ MCD ନିର୍ବାଚନ l ସକାଳ ୮ଟାରୁ ସଂଧ୍ୟା ସାଢ଼େ ୫ଟା ଯାଏଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଅପରାହ୍ଣ ୪ଟା ସୁଦ୍ଧା ପ୍ରାୟ ୪୫ ପ୍ରତିଶତ ହେଲା ମତଦାନ l ୭ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।
➡️୧୦-
➡️୧୧-୨୦୨୫ ସୁଦ୍ଧା ପ୍ରତି ଚାରୋଟିରୁ ଗୋଟିଏ ଆଇଫୋନ ହେବ ମେଡ୍ ଇନ୍ ଇଣ୍ଡିଆ l
➡️୧୨-ପଦ୍ମପୁରରେ ଭୋଟ୍ ପାଇଁ ଉଡୁଛି ନୋଟ୍। ଟଙ୍କା ବଣ୍ଟା ଅଭିଯୋଗରେ ପାଇକମାଳ ଓ ପଦ୍ମପୁର ବ୍ଲକରେ ତୁମୁଳକାଣ୍ଡ।
➡️୧୩-ମାଲକାନଗିରି ର ମାଓ କ୍ୟାମ୍ପରୁ ଜବତ ହେଲା ଆମେରିକା ନିର୍ମିତ ରାଇଫଲ l ଏନେଇ ବିଜାପୁର ଏସ୍ପି ଅଞ୍ଜନେୟ ବାର୍ଣିୟ ଦେଲେ ସୂଚନା l
➡️୧୪-ପୃଥିବୀକୁ ସୁରକ୍ଷିତ ଫେରିଲେ ଚୀନର ତିନି ମହାକାଶଚାରୀ, ସ୍ପେସ୍ ଷ୍ଟେସନରେ ଥିଲେ ୧୮୩ ଦିନ l
➡️୧୫-ଦିଲ୍ଲୀରେ ସ୍ଥିତି ସାଂଘାତିକ, ପ୍ରଦୂଷଣରେ ଆକ୍ତାମାକ୍ତ ଲୋକେ, ନିର୍ମାଣ କାର୍ଯ୍ୟ ବ୍ୟାନ୍ କଲେ ସରକାର l
➡️୧୬-ଦକ୍ଷିଣ ଋଷର ଦାଗିସ୍ତାନ ଅଞ୍ଚଳରେ କାସିପିଆନ ସମୁଦ୍ର କୂଳରେ ମରିପଡ଼ିଛନ୍ତି ଶହ ଶହ ସିଲ୍। ତେବେ କାହିଁକି ଏତେ ପରିମାଣରେ ସିଲର ମୃତ୍ୟୁ ହେଲା? ପ୍ରାକୃତିକ କାରଣ ନା ଅନ୍ୟ କୌଣସି କାରଣ ରହିଛି ତାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ l
➡️୧୭-ଇଣ୍ଡୋନେସିଆର ଉଚ୍ଚତମ ଆଗ୍ନେୟଗିରି ହେଲା ବିସ୍ଫୋରଣ l ଗରମ ଗ୍ୟାସ ପାଇଁ ଭାଙ୍ଗିଲା ବ୍ରିଜ, ବହିଲା ଲାଭାର ନଦୀ l
➡️୧୮-ଦେଶରେ ଆର୍ଥିକ ସ୍ଥିତି ସୁଧାରିବାକୁ ଭାରତର ସହଯୋଗ ଚାହୁଁଛି ତାଲିବାନ; ପୁଞ୍ଜି ନିବେଶ ପାଇଁ ଅନୁରୋଧ କଲେ ତାଲିବାନ ମନ୍ତ୍ରୀ l
➡️୧୯-ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ହେଲା ପରାସ୍ତ। ୧ ୱିକେଟରେ ଭ୍ରମଣକାରୀ ଦଳକୁ ମାତ ଦେଲା ବାଂଲାଦେଶ।
➡️୨୦-ଫିଫା ବିଶ୍ବକପ୍ର କ୍ବାର୍ଟର ଫାଇନାଲ ରେ ପହଁଚିଲେ ଫ୍ରାନ୍ସ-ଇଂଲଣ୍ଡ, ପ୍ରିକ୍ବାର୍ଟରରୁ ସେନେଗାଲ୍ ହେଲେ ବିଦା l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ବିଶ୍ୱ ମୂର୍ତ୍ତିକା ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*
0 Comments