ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅଧୀନ ଲମ୍ବସରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲମତୁମା, ରେକଡୋଳ ଓ ମୁରା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି l କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଜି ପୋଲିସ ବିଭାଗର ସମସ୍ତ କର୍ମଚାରୀ ମିଳିତ ଚଢ଼ାଉ କରି ୫୨ ଏକର ପରିମିତ ଜାଗାରେ ଚାଷ ହୋଇଥିବା ପାଖାପାଖି ୭୮ ହଜାର ବେଆଇନ୍ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଥିବା ଜଣାପଡିଛି l ଏହି ଚଢ଼ାଉରେ ଥାନା ଅଧିକାରୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ସାମିଲ ଥିଲେ l ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି l ବୌଦ୍ଧ ଜିଲ୍ଲାର ଜଙ୍ଗଲ ପାର୍ଶ୍ୱ ବର୍ତ୍ତୀ ଗ୍ରାମ ମାନଙ୍କ ରେ 25 ହଜାର ହେକ୍ଟର ସରକାରୀ ଜମିରେ ଗ୍ରାମର ନିରୀହ ଲୋକଙ୍କ ଶାହାୟତାରେ ଗଞ୍ଜେଉ ମାଫିଆ ଗଞ୍ଜେଇ ଚାଷ କରୁଥିବା ପ୍ରାକ ସୁଉଚନାରୁ ଜଣା ଯାଉଛି ତେବେ କେବେ ବୌଦ୍ଧ ଜିଲ୍ଲା ରୁ ଗଞ୍ଜେଉ ଚାଷ ସମୂଳେ ବନ୍ଦ ହେବ ନାଁ ଏମିତି ଫରେଷ୍ଟ ବିଭାଗ, ଅବକାରୀ ବିଭାଗ ଓ ଆରକ୍ଷୀ ବିଭାଗ କେବଳ ସିଜନ ସମୟରେ ଗଞ୍ଜେଇ କାଟୁ ଥିବେ ଆଉ ଗଞ୍ଜେଇ ମାଫିଆ ଜଙ୍ଗଲ ପଦାକରି ଗଞ୍ଜେଇ ଚାଷ କରୁଥିବେ l
0 Comments