କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା, ତା.୧/୧୨/ (ବାସୁଦେବ ଷାଣ୍ଢ ): କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡ଼ା ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜରେ ଅଧକ୍ଷ ଗିରିଧର ଦେହୁରୀଙ୍କ ସଭାପତିତ୍ଵରେ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା.ପତିତପାବନ ବିଶି ମୂଖ୍ୟଅତିଥି ଭାବେ ଯୋଗଦେଇ ଏଡ୍ସ କଣ? ଏହା କିପରି ବ୍ୟାପେ ଓ ଏହାର ନିରାକରଣ ଉପରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁସ ଡା.ଗିତାଞ୍ଜଳି ବାଗ,କଲେଜ ପରିଚାଳନା କମିଟୀ ସଭାପତି କାର୍ତ୍ତିକେଶ୍ଵର ବେହେରା ଓ କଲେଜ ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ନିଜକୁ ନିଜେ ବୁଝୀ ଅନ୍ୟକୁ ସଚେତନ କଲେ ବିଶ୍ଵରୁ ଏଡ୍ସ ଭଳି ଭୁତାଣୁ ଲୋପ ପାଇଯିବ l ଅଧ୍ୟାପିକା ସଙ୍ଗୀତା ଓ ଭୋଇ ଧନ୍ୟବାଦ ଦେଇଥିଲାବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l
0 Comments