୨୭ତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଜନଶକ୍ତି ସାରାକରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି.
ଆଜିର ଉଦ୍ଘାଟନୀ ଉତ୍ସବରେ ନୂଆଗାଁ ବ୍ଲକ ବିଡ଼ିଓ ପ୍ରମୋଦ କୁମର ନାୟକ ମୁଖ୍ୟ ଅତିଥି ସ୍ଥାନିୟ ସରପଞ୍ଚ ସୁବାଷ ଚନ୍ଦ୍ର ବେହେରା ସମିତିସଭ୍ୟା ଅଶ୍ୱିନୀ ଆଚାର୍ଯ୍ୟ ନିରଞ୍ଜନ ଦାସ ପ୍ରଧାନ ଶିକ୍ଷକ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ଉପସ୍ଥିତ ରହିଥିଲେ.
ନୂଆଗାଁ ବ୍ଲକର ର ୩ଟି ସାଧନ କେନ୍ଦ୍ରରୁ ସମୁଦାୟ ୮୪ଟି ସ୍ଟଲ ଉପସ୍ଥିତ ରହିଥିଲେ. ବରିଷ୍ଠ ବର୍ଗରେ ୨୬ କନିଷ୍ଠ ବର୍ଗରେ ୪୩ ସର୍ବକନିଷ୍ଠ ୧୫ ଜଣ କୁନି ବୈଜ୍ଞାନିକ ବିଭିର୍ଣ୍ଣ ପ୍ରକାର ସ୍ଟଲ ଆଣିଥିଲେ.
କିନ୍ତୁ ସାଧାରଣରେ ଆଲୋଚନା ଚାଲିଥିଲାଯେ ପିଲାଙ୍କ ପରୀକ୍ଷା ଶେଷ ହଉ ହଉ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିବାରୁ ସଭିଙ୍କ ମନରେ ଆଗ୍ରହ ନଥିଲା ଯେଭଳି ଲାଗୁଥିଲା କେବଳ କାମଚଳା ଅନୁସାରେ ବିଜ୍ଞାନ ମେଳା ହଉଚି ବୋଲି ଶିକ୍ଷକ ମାନେ ଆଲୋଚନା କରୁଥିଲେ.
0 Comments