ମା ସୁଲୁକୁଟୀଙ୍କ ପୀଠରେ ମହାଯଜ୍ଞ




ଦଶପଲ୍ଲା ; - ଦଶପଲ୍ଲା ଦୁର୍ଗା ବଜାର କଲୋନୀ ପରିସରରେ ଥିବା ଆରାଧ୍ୟ ଦେଵୀ ମା ସୁଲୁକୁଟୀଙ୍କ ପୀଠରେ ବାର୍ଷିକ ଵିଶ୍ଵ ଶାନ୍ତି ଦେଵୀ ମହାଯଜ୍ଞ ମଂଗଳ ଵାର ଠାରୁ ଆରମ୍ଭ ହୋଇଛି ,ପ୍ରଥମ ଦିଵସରେ ଅଙ୍କୁରାରୋପଣ ଅଧିବାସ ହେଵାପରେ ବୁଧବାର ଜଳ ଯାତ୍ରା ଅନୁଷ୍ଠିତ ହୋଇଥିଲା , ଶତାଧିକ ମହିଳା ଏବଂ ପୁରୁଷ କୁଆଁ ରିଆ ନଦୀତଟରୁ କଳସରେ ଜଳ ଧରି ଏକ ଶୋଭାଯାତ୍ରାରେ ପୀଠ ପର୍ଯ୍ୟନ୍ତ ଆସିଥିଲେ ,ଏହା ପରେ ଯଜ୍ଞ ଆରମ୍ଭ ହୋଇଥିଲା ,ଏହି ଯଜ୍ଞ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ , ପ୍ରତ୍ୟହ ରାତିରେ ପ୍ରବଚନ କାର୍ଯ୍ୟକ୍ରମ ଚାଲୁଥିବା ଜଣା ଯାଇଛି , ଚଳିତବର୍ଷ ବହୁ ଲୋକଙ୍କ ସମାଗମ ହେଇଥିବା ଜଣାଯାଇଛି ,,ମା ସୁଲୁକୁଟି ଦେଵୀ ଉନ୍ନୟନ କମିଟି ତରଫରୁ ଏହି କାର୍ଯ୍ୟକ୍ରମ ଚାଲିଥିବା ଜଣାଯାଇଛି ,

Post a Comment

0 Comments