ସ୍ବାମୀ ର କଟୁରୀ ଚୋଟ ରେ ସ୍ତ୍ରୀ ଗୁରୁତର

 


ପାରିବାରିକ କଳହ  ଏବଂ ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ କଟୁରିରେ ହାନିଲା ସ୍ବାମୀ। ଗୁରୁତର ଅବସ୍ଥାରେ 108 ଯୋଗେ ମୁଖ୍ୟ ଚିକିତ୍ସlୟଲରେ ଭର୍ତ୍ତି। କଟୁରୀ ଜବତ ଓ ସ୍ବାମୀ କୁ ଗିରଫ କଲା ଗଁଦିଆ ପୋଲିସ ସୂଚନା ଅନୁଯାଇ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସୋରିଷିଆପଦା (ରଗଡ଼ି  ସାହି) ଗ୍ରାମର ଗିରି ମହାନ୍ତ (ଗୌର) ଓ ତାଙ୍କର ପତ୍ନୀ କାମିନୀ ମହାନ୍ତ ମଧ୍ୟ ରେ ପାରିବାରିକ କଳହ କାରଣରୁ ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ କାମିନୀ ମହାନ୍ତ ଙ୍କ ପଛ ପଟକୁ କଟୁରିରେ ଆକ୍ରମଣ କରିଥିଲେ ଘଟାଣ  ସ୍ଥଳରେ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲି ସ୍ବାମୀ ବିଚଳିତ ହୋଇ  ଥାନା କୁ ଜଣାଇଥିଲେ ସଙ୍ଗେ ସଙ୍ଗେ ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ଭୂତିଆ ଘାଟନା ସ୍ଥଳରେ ପହଞ୍ଚି ସ୍ବାମୀ କୁ ଅଟକ  ରଖିବା ସହ ସ୍ତ୍ରୀ କାମିନୀ କୁ ତୁରନ୍ତ 108 ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଢେଙ୍କାନାଳ ପଠାଇଥିବା ସୂଚନା ମିଳିଛି।

Post a Comment

0 Comments