ଶପଲ୍ଲାରେ ଓଷ୍ଟାର ବ୍ଲକ ସ୍ତରୀୟ ଶିଶୁମେଳା ।

 





 ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ଶୁକ୍ରବାର ଦିନ ସାତପାଟଣା ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିଶୁମେଳା ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ତହସିଲଦାର ଶ୍ରୀକୁମାର ରଥ ଅତିଥି ରୂପେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଦିବସ ବ୍ୟାପୀ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କ୍ରୁତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ବ୍ଳକ ଅଧ୍ଯକ୍ଷା ସୁନନ୍ଦା ସାହୁ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଓଷ୍ଟାର ଏଭଳି କାର୍ଯ୍ୟକ୍ରମ ଭୂୟସୀ ପ୍ରଶଂସା କରିଥିଲେ। ଉତ୍ସବରେ  ନୟାଗଡ଼ ଜିଲ୍ଲା ଓଷ୍ଟାର ସଂପାଦକ ମାଣିକେଶ୍ଵର ସ୍ୱାଇଁ, ରାଜ୍ୟ ସଂପାଦକ ବିନାୟକ ପରିଡ଼ା,ବିଦ୍ଯାଳୟ ପରିଚାଳନା କମିଟି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ। ସଂପାଦକ ଅକ୍ରୁର ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଶିଶୁ ଉତ୍ସବରେ ସଭାପତି ଶରତଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ। ପ୍ରଧାନଶିକ୍ଷକ ରଘୁନାଥ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଭିନ୍ନ ବିଦ୍ଯାଳୟର ଶିକ୍ଷକ-କର୍ମଚାରୀଂକ ସହଯୋଗରେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ସଫଳ ହୋଇଥିଲା। 


Post a Comment

0 Comments