ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ପରିସରରେ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନିଷ୍ଠିତ. ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଆଜିର ସ୍ୱାସ୍ଥ୍ୟ ମେଳକୁ ଆରମ୍ଭ କରିଥିଲେ. ଆଜିର ଏହି କାର୍ଯ୍ୟକ୍ରମରେ ନୂଆଗାଁ ସରପଞ୍ଚ ଅମିତା ପରିଡା, ସମିତିସଭ୍ୟା ଶ୍ରଦ୍ଧାଞ୍ଜଳି ସାସମଲ, 17 ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା ଡିଗ୍ରୀ କଲେଜ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ସାଂସଦ ପ୍ରତିନିଧି ବିଜୟ ସାସମଲ, ନୂଆଗାଁ ଅଧକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଦିଲୀପ ଦଳବେହେରା ଉପସ୍ଥିତ ଥିଲେ. ଆଜିର ସ୍ୱାସ୍ଥ୍ୟ ମେଳରେ ମହୀପୁର ସ୍ଵାଥ୍ୟ କେନ୍ଦ୍ର ଅଧିନସ୍ଥ ନୂଆଗାଁ ସ୍ୱସ୍ଥ୍ୟ କେନ୍ଦ୍ର ଫର୍ମାଷ୍ଟିକ ସଦାଶିବ ବେହେରା ସମସ୍ତ କାର୍ଯ୍ୟକୁ ସଠିକ ରୂପରେ ଆୟୋଜନ କରିଥିଲେ. ଆଜିର ସ୍ୱାସ୍ଥ୍ୟ ମେଳରେ ଡ଼.ଚିରଞ୍ଜୀବ ମଲ, ଡ଼. ଆୟୁଷ ଦାସ, ଯୋଗ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସଏଚଓ ସମସ୍ତ କର୍ମଚାରୀ ଯୋଗଦେଇଥିଲେ. ନୂଆଗାଁ ପଞ୍ଚାୟତ ମଧ୍ୟସ୍ଥ ନୂଆଗାଁ, ନୁଆସାହି, ଗଦାଧରପୁର, ଉଠାଣିସାହି, କାଚପିଲି, ଅମ୍ବଝରୀ, ଭେଟପାଲୀ, ବୁଢାବାରୀ, ଖାଲମଡା ଗ୍ରାମର ଜନସାଧାରଣ ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ଉପସ୍ଥିତ ରହି ମାଗଣା ଚିକିତ୍ସା ସହିତ ଔଷଧ ନେଇଥିଲେ.
ବାହାଡ଼ା ଝୋଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ। ବିଷୟ -ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।
ସୁଚନା ମୁତାବକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ (୧୬) ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଯଶିମିନ ଦାସ ଓ ସ୍ଥାନୀୟ ସରପଂଚ ଆରତୀ ସେଠୀ ଉଦ୍ଘାଟନ କରିଥିଲେ।
ଏଥିରେ ମହିପୁରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ସତିସ ନିବେଦନ, ଡକ୍ଟର ଦେବି ପ୍ରସାଦ ପ୍ରଧାନ, ରିତେଶ ବଳିୟାର ସିଂହ,ବୁର୍ଦାବନ ପଣ୍ଡା ଜଶ୍ମନୀ ଦାସ, ଆରତୀ ସେଠୀ ସେବା ଯୋଗାଇ ଥୀଲେ । ଏଥିରେ ଅଂଚଳର (୩୦୦)ରୁ ଉର୍ଦ୍ଧ ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଧାନ କରିଥିଲେ ।
0 Comments