ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ, ୪୦୦ ଫୁଟ୍ ଗଭୀର ବୋର୍‌ୱେଲ୍‌ରୁ ଉଦ୍ଧାର ପରେ ମୃତ ଘୋଷଣା

 




ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ। ୪୦୦ ଫୁଟ୍ ଗଭୀର ବୋର୍‌ୱେଲ୍‌ରେ ଫସିଥିବା ୮ ବର୍ଷର ବାଳକ ତନ୍ମୟ ସାହୁଙ୍କୁ ଉଦ୍ଧାର କରାଯାଇଥିଲା। ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ। ହେଲେ ଦୁଃଖଦ ଘଟଣା, ଚିକିତ୍ସା ପାଇଁ ତାଙ୍କୁ ବେତୁଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମଧ୍ୟପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ୫ ଦିନ ପୂର୍ବେ ଖେଳୁଥିବା ବେଳେ ଖୋଲାଥିବା ବୋର୍‌ୱେଲ୍‌ର ଗାତ ଭିତରେ ଗଳି ପଡ଼ିଥିଲେ ତନ୍ମୟ। ବୋର୍‌ୱେଲ୍‌ ଭିତରେ ୫୫ ଫୁଟ୍ ଗଭୀରରେ ତନ୍ମୟ ଅଟକି ରହିଥିଲେ। ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। NDRF ଓ SDRF ଟିମ୍ ଦିନରାତି ରେସ୍କ୍ୟୁ ଅପରେସନରେ ଲାଗିଥିଲେ।

Post a Comment

0 Comments