ମୀନକେତନ ମେମୋରିଆଲ ସଂକୃତ ମହାବିଦ୍ୟାଳୟ ମଧ୍ୟରେ ସଂକୃତ ଶିବିର ଉଦ୍ଯାପିତ



ନୂଆଗାଁ ବ୍ଲକ ସୋରଡ଼ା ପଂଚାୟତ ମଧ୍ୟରେ ଥିବା ମୀନକେତନ ମେମୋରିଆଲ ସଂକୃତ ମହାବିଦ୍ୟାଳୟ ମଧ୍ୟରେ ସଂକୃତ ଶିବିର  ଉଦ୍ଯାପନ ହୋଇଯାଇଛି . ଦୀର୍ଘ ୧୦ ଦିଅନା ଧରି ଏହି ଶିବିର ମହାବିଦ୍ୟାଳୟ ପରିସରରରେ ଅନୁଷ୍ଠିତ ହୋଇଥିଲା .ଆଜିର ଉଦ୍ଯାପନୀ ଦିବସରେ  ମହାବିଦ୍ୟାଳୟର ପ୍ରତିଷ୍ଠାତା  ଲକ୍ଷ୍ମୀ ନାରାୟଣ ପଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଆରମ୍ଭ କରିଥିଲା . ମହାବିଦ୍ୟାଳୟର ଅଧକ୍ଷ ପଦ୍ମଚରଣ ସାହୁ ,ଓଡି଼ଆ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ,ଇଂରାଜୀ ଅଧ୍ୟାପକ ଦୈତାରିପଣ୍ଡା ,ସଂକୃତ ବ୍ୟାକରଣ ଅଧ୍ୟାପିକା ଅର୍ଚନା ଦାସ ,କ୍ଲର୍କ ଦିଲୀପ ପ୍ରଧାନ ଉପସ୍ଥିତ ରହିଥିଲେ .ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିର୍ଣ୍ଣ ପ୍ରତିଯୋଗିତା କରାଯାଇଥିଲା . ସଂକୃତ  ଭାଷାରେ  ପ୍ରବନ୍ଧ ,ବକୃତା ,ଗୀତ ,ନୃତ୍ୟ  ସହିତ ଏକ ଏକାଙ୍କିକା କରାଯାଇଥିଲା . ୧୦ ଦିନଧରି ସମସ୍ତ ଛାତ୍ର ଛାତ୍ରୀ ସଂକୃତ ଭାଷାରେ  ଲେଖିବା ,କହିବା ସମସ୍ତ ବିଷୟରେ ଶିବିରରେ ପ୍ରଶିକ୍ଷଣ ଦିଆ ଯାଇଥିଲା ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ବିଦ୍ୟାର୍ଥୀ ମାନେ ସଂସ୍କୃତ ଭାଷାରେ ଚମତ୍କାର ନାଟକ ପରିବେଷଣ  କରିଥିଲେ .ଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର  ଦେଇ ସାନମାନିତା  କରାଯାଇଥିଲା .ଶେଷରେ ଅଧକ୍ଷ ସଭିଙ୍କୁ ଧନ୍ୟବାଦ ଦେବା ସହିତ ଛାତ୍ର ଛାତ୍ରୀ  ଙ୍କୁ ସଂସ୍କୃତ ଭାଷାର ଆବଶ୍ୟକତା ବିଷୟରେ ବିସ୍ତୃତରେ ବୁଝାଇଥିଲେ .


 

Post a Comment

0 Comments