ଶ୍ରମ ଆଇନ୍ ସଚେତନତା ସମ୍ପର୍କିତ, ଶ୍ରମିକ ସମ୍ମିଳନୀ ।

 



ଦଶପଲ୍ଲା : - କଳିଙ୍ଗ ଲୋଡିଂ ଆଣ୍ଡ ଅନ୍ ଲୋଡିଂ ଓ୍ବାର୍କର୍ସ ୟୁନିୟନ ଓ ନୟାଗଡ଼ ଜିଲ୍ଲା ଶ୍ରମିକ ମହାସଂଘ ସହଯୋଗ ରେ ଆଜି ଦଶପଲ୍ଲା ଆର୍ ସି ଏମ୍ ଏସ୍ ପରିସରରେ ଏକ ଶ୍ରମ ଓ ଶ୍ରମିକ ଆଇନ୍ ସଚେତନତା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ର ପ୍ରଥମାର୍ଦ୍ଧ ରେ ଦଶପଲ୍ଲାର ଆରାଧ୍ୟ ଦେବତା ମହାବୀର ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଶ୍ରମିକ , ଐତିହାସିକ ମେଳିଆ ତୋଟା ପର୍ଯ୍ୟନ୍ତ ଆସିବାପରେ ଦଶପଲ୍ଲା ଦୁର୍ଗାବଜାର ସ୍ଥିତ ଆର୍ ସି ଏମ୍ ଏସ୍ ପରିସରରେ ଏକ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।


ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ଦଶପଲ୍ଲା ତହସିଲଦାର ଶ୍ରୀ କୁମାର ରଥ,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଦଶପଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀ ସଂଜୟ କୁମାର ଆଚାର୍ଯ୍ୟ,ମୁଖ୍ୟ ଅତିଥି ଭାବରେ ଦଶପଲ୍ଲା ବଣିକ ମହାସଂଘ ର ସଭାପତି ଅଲେଖ କୁମାର ସାହୁ, ମୁଖ୍ୟ ବକ୍ତା ଭାବରେ ଓମଫେଡ଼୍ ର ପୂର୍ବତନ ଜେନେରାଲ୍ ମ୍ୟାନେଜର ସୁରେଶ୍ବର ବେହେରା ଯୋଗଦେଇ ଶ୍ରମିକ ମାନଙ୍କୁ ଶ୍ରମ ଓ ଶ୍ରମିକ ଆଇନ୍ ବିଷୟରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ ଓ ଶ୍ରମିକ ମାନଙ୍କୁ ସେମାନଙ୍କ ର ହକ୍ ,ସରକାରୀ ଯୋଜନା ଓ ଶ୍ରମ ଆଇନ୍ ବିଷୟରେ ସଚେତନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଶୁଶାନ୍ତ କୁମାର ଦାସ୍ କୁଂ ଉତ୍ସାହି ଶ୍ରମିକ ଭାବରେ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ବିଶିଷ୍ଠ ଆଡଭୋକେଟ, ସାମ୍ବାଦିକ ତଥା ବିଶିଷ୍ଠ ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର ସଂଯୋଜନା କରିଥିଲେ ।

Post a Comment

0 Comments