ନୂଆଗାଁ ବ୍ଲକ ୨୦/୧୨/୨୦୨୨ ଦିନ ଡ଼ିମିରିଝରି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ ଶିଶୁ ଉଶ୍ଚବ କାଲି ଅନୁଷ୍ଠିତ ହେବାକୁ ଯାଉଛି .ସୂଚନା ମୁତାବକ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ,ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମିକ ଉଚ୍ଚବିଦ୍ୟାଳୟ ଅଧୟନ କରୁଥିବା ଛାତ୍ର ଛାତ୍ରୀମାନେ ଭାଗ ନେଇପାରିବେ .କୌଣସି ଘରୋଇ ବିଦ୍ୟାଳୟ ,ଇଂରାଜୀମାଧ୍ୟମ ବିଦ୍ୟାଳୟ ,ନବୋଦୟ ବିଦ୍ୟାଳୟ ,ଆଦର୍ଶ ବିଦ୍ୟାଳୟ ,କେନ୍ଦ୍ରୀୟ ବିଦ୍ୟାଳୟ ,ସରସ୍ୱତୀ ଶିଶୁମନ୍ଦିର ଛାତ୍ର ଛାତ୍ରୀ ମାନେ ଏଥିରେ ଗ୍ରହଣ କରିପାରିବେ ନାହିଁ . ବ୍ଲକ ସ୍ତରୀୟ ଶିଶୁ ଉଶ୍ଚବରେ ବିଦ୍ୟାଳୟରୁ ପ୍ରତି ବିଭାଗରେ ୨ ଜଣ ପ୍ରତିଯୋଗୀ, ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରେ ବ୍ଲକ ସ୍ତରୀୟ ଶିଶୁ ଉଶ୍ଚବରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଓ ରାଜ୍ୟ ସ୍ତରୀୟ ଶିଶୁ ଉଶ୍ଚବ ରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅଂଶ ଗ୍ରହଣ କରିପାରିବେ . ଜଣେ ପ୍ରତିଯୋଗୀ କେବଳ ଗୋଟିଏ ବିଭଗରେ ଅଂଶ ଗ୍ରହଣ କରିପାରିବ . ଏଥିରେ ୧୦ ଗୋଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ . ତର୍କ ,କଣ୍ଠ ସଂଗୀତ ,ଚିତ୍ରାଙ୍କନ ,କବିତା ଆବୃତି ,ଗଳ୍ପ ଲିଖନ ,କବିତା ରଚନା ,ଏକକ ଅଭିନୟ ,ସାଧାରଣ ଜ୍ଞାନ ,କୁଇଜ ପ୍ରତିଯୋଗିତା ହେବ
.
0 Comments