କୈବଲ୍ୟଗିରୀ ମଠର ଉନ୍ନତି କରଣ ପାଇଁ ,ଅଣ୍ଟା ଭିଡିଲେ ସମାଜସେବୀ ଶ୍ରୀହରି ନାୟକ ।

 


ଦଶପଲ୍ଲା : - ଆଜି ଅପରାହ୍ନରେ ,ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ ଶ୍ରୀହରୀ ନାୟକ,ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ କୈବଲ୍ୟଗିରୀ ମଠରେ ପହଞ୍ଚି ଥିଲେ । ଶ୍ରୀ ନାୟକ ମଠରେ ପହଞ୍ଚି ମଠର ଅନ୍ତେବାସୀ ସାଧୁସନ୍ଥ ମାନକଂର ଭଲମନ୍ଦ ପଚାରି ବୁଝିଥିଲେ । ଶ୍ରୀ ନାୟକ ମଠର ପରିବେଶ କୁ ଦେଖି ଖୁସିହେବା ସହିତ, ମଠରେ ରହୁଥିବା ସାଧୁସନ୍ଥ ମାନକଂର, ଖାଦ୍ୟପେୟ, ବିଶ୍ରାମକକ୍ଷ,ଧ୍ୟାନ ମଣ୍ଡପ, ଠାକୁର ବିଜେସ୍ଥଳୀ ,ବିଷୟରେ କଥାହେବା ସହିତ ,ମଠର ସର୍ବାଂଗୀନ ଉନ୍ନତି କରଣ ପାଇଁ ଯତ୍ପରୋନାସ୍ତି ପ୍ରଚେଷ୍ଟା କରିବେ ବୋଲି, କଥା ଦେଇଥିଲେ ।

ପ୍ରକାଶଥାଉକି ଶ୍ରୀ ନାୟକ ଦଶପଲ୍ଲା ଅଂଚଳ ସମେତ, ବୈଦ୍ଧ, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶତାଧିକ ମଠ,ମନ୍ଦିର, ଭାଗବତ ଟୁଂଗୀ ର ନବନିର୍ମାଣ କରିବା ସଂଗେ ସଂଗେ ପୁନରୁଦ୍ଧାର କରିବା ସହିତ ବିଭିନ୍ନ ଧର୍ମାନୁଷ୍ଠାନ ର ପୃଷ୍ଠପୋଷକତା କରି ଜଣେ ଅତ୍ୟନ୍ତ ଧର୍ମପରାୟଣ ବ୍ୟକ୍ତି ଭାବରେ ସୁ ଖ୍ୟାତି ଅର୍ଜନ କରିଛନ୍ତି । ନିକଟ ଅତୀତରେ ଶ୍ରୀ ନାୟକ ତାକଂ ଧାର୍ମିକ କାର୍ଯ୍ୟ ପାଇଁ ସାଧୁସନ୍ଥ ସମାଜ ତରଫରୁ ଧର୍ମରକ୍ଷକ ଦମ୍ପତ୍ତି ଭାବରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଆଜିର ଏହି ଗସ୍ତ ସମୟରେ ଦଶପଲ୍ଲାର ବିଶିଷ୍ଠ ସାମ୍ବାଦିକ ଶୁଶାନ୍ତ କୁମାର ସାହୁଙ୍କ ସମେତ ଆଲୋକ କୁମାର ବେହେରା ଉପସ୍ଥିତ ରହିଥିଲେ ।

Post a Comment

0 Comments