ଭୀମଭୋଇ କୌପୀନିଧାରି ସେବା ସଂଘ ପକ୍ଷରୁ ଜିଲ୍ଲାପାଳକୁଂ ପାଞ୍ଚ ଦଫା ଦାବିପତ୍ର

 


ଢେକାଂନାଳ ଜିଲ୍ଲାର ଯୋରନ୍ଦା ରେ ଥିବା କୌପୀନିଧାରି ମହିମା ମଠର,, ଧୂନି ମନ୍ଦିର,, ବତି ମନ୍ଦିର ଏବଂ ଭେକ ମନ୍ଦିରକୁ ଅନ୍ୟାୟ ଭାବରେ ତା. 22.112022ରିଖରେ ଭାଗିଂଦିଆଗଲା l କୋଟି କୋଟି କୌପୀନିଧାରି ,ବାବା ,ମାତା ଭକ୍ତ ମାନଙ୍କୁ ଗଭିର ଆଘାତ୍ ଲାଗିଛି l ବର୍ତମାନ ସୁଦ୍ଧା ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ l ବର୍ତମାନ ମଧ୍ୟ ଖୋଲା ଆକାଶ ତଳେ କୌପୀନିଧାରି ବାବା, ମାତା ନିତିକାର୍ଯ କରୁଛନ୍ତି l ତେଣୁ ଆଜି ତା. 09..12.2022ରିଖରେ ଭୀମଭୋଇ କୌପୀନିଧାରି ସେବା ସଂଘ ର ଆହ୍ବାନ କ୍ରମେ ବୌଦ୍ଧ ଜିଲ୍ଲାର ଶତାଧିକ ଅଲେଖ ଧର୍ମାବଲମ୍ବୀ ବାବା, ମାତା, ଜଗତ ଭକତ ଆସି ବୌଦ୍ଧ ଜିଲ୍ଲାପାଳ ଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚଦଫା ଦାବିପତ୍ର ପ୍ରଦାନ କରିଛନ୍ତି l ମହିମା ଗୋସାଇଁ ଙ୍କ ନାମରେ ଥିବା ସମସ୍ତ ସମ୍ପତି କୌପୀନିଧାରି ଏବଂ ବକ଼ଳଧାରିଙ୍କ ନାମରେ ରେକର୍ଡ କରାଯାଉ l ସମସ୍ତ ଉପାସନା ମନ୍ଦିର ମହିମା ସ୍ବାମିଙ୍କ ଜାଗାରେ ନିର୍ମାଣ କରାଯାଉ l ଯୋରନ୍ଦା ମହିମା ଗାଦିରେ ଥିବା ଗାଦି ମନ୍ଦିର ଏବଂ ଶୂନ୍ୟ ମନ୍ଦିର ରେ ଉଭୟ କୌପୀନିଧାରି ଏବଂ ବକଳଧାରି ସନ୍ୟାସୀ ମାନଙ୍କୁ ନିତି କରିବାର ଅଧିକାର ଦିଆଯାଉ l ମହିମା ସ୍ବାମିଙ୍କ ଜାଗାରେ ଯାହା ବି ଉନ୍ନୟନ କାର୍ଯ୍ୟ ହେବ ତାହା ଉଭୟ ସମାଜର ସାଧୁମାନଙ୍କ ସହଯୋଗ ଏବଂ ସହମତିରେ କରାଯାଉ l ଏବଂ ଉଭୟ ପକ୍ଷରୁ କୋଟ୍ କଚେରିରେ ଥିବା ମାଲି ମୋକଦ୍ଦମା ପ୍ରତ୍ୟାହାର କରି ମହିମାଗାଦିରେ ଶାନ୍ତିର ବାତାବରଣ ସୃଷ୍ଟି କରି ମହିମା ଧର୍ମର ଗୌରବ ବୃଦ୍ଧି କରିବେ l ଆଜିକାର ଏହି ରାଲିକୁ ଭୀମଭୋଇ କୌପୀନିଧାରି ସେବା ସଂଘ ର ସଭାପତି ଭକ୍ତ ଶିବ ଉର୍ମା ଶୁଚାରୁରୁପେ ପାଳନ କରିଥିଲେ l ଉପସ୍ଥିତ ଥିଲେ l ଦୁଃଖବନ୍ଧୁ ବାବା, ସନ୍ତୋଷ ଦାସ, ଶେଷ ଦାସ୍, ଜଗବନ୍ଧୁ ଦାସ, ସଂଘର ଉପଦେଷ୍ଟା ଶମ୍ଭୁନାଥ ଭକ୍ତ, ଏବଂ ଅଞ୍ଚଳ ର ଶତାଧିକ ଭକ୍ତ ଉପସ୍ଥିତ ଥିଲେ l

Post a Comment

0 Comments