ପରକିୟା ପ୍ରୀତିରୁ କଟକର ଯୁବକଙ୍କୁ ନୟାଗଡ଼ରେ ବିଭତ୍ସ ହତ୍ୟା ମର ଶରୀରକୁ ପୋଡିଦେବା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ । ପଥରପାଟଣା ଗାଁରେ ପୋଲିସ ପହଁଚି ପୋଡି ଯାଇଥିବା ମର ସରିରର ଅବସେସ ସାଇଣ୍ଟିଫିକ୍ ଟିମ ସହାୟତାରେ ସଂଗ୍ରହ କରିବା ସହ ମଡର କ୍ସ୍ରିନ ର କ୍ରିଏଟ୍ କରିଛି ପୋଲିସ ।
ନୟାଗଡ଼ ଜିଲା ନୂଆଗାଁ ଥାନା ପଥରପାଟଣା ଗାଁର ଦିପୁ ସାହୁ ଏବଂ ସୁନିତା ସାହୁ କଟକରେ ଦହିବରା ବ୍ୟବସାୟ କରନ୍ତି । ସେଠାକାର LIC ଏଜେଣ୍ଟ ଶୈଳେନ୍ଦ୍ରନାଥ ଜେନାଙ୍କ ସହିତ ସୁନିତାଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ଦିପୁ ସୁନିତା ଆସି ନିଜ ଗାଁ ପଥରପାଟଣାରେ ରହୁଥିବା ବେଳେ ସୈଳେନ୍ଦ୍ର ବିଭିନ୍ନ ସମୟରେ ନୟାଗଡ଼ ଆସି ଶୁନିତାଙ୍କୁ ଦେଖାକରୁଥିଲେ ।
ଶେଷରେ ଉଭୟଙ୍କ ପରକିଆ ପ୍ରିତିରେ ଅତିଷ୍ଟ ହୋଇ ହତ୍ୟା ପାଇଁ ଯୋଜନା କରିଥିଲା । ଯୋଜନା ବନ୍ଧ ଭାବେ ଶୈଳେନ୍ଦ୍ରଙ୍କୁ ଦିପୁ ନୟାଗଡ଼ ମହିପୁରକୁ ଆଣି ତାଙ୍କ ବାପା ସହଜୋଗି ସୁରି ସାହୁଙ୍କ ସହ ମିଶି ପ୍ରଥମେ ପିଟି ପିଟି ଶୈଳେନ୍ଦ୍ରଙ୍କୁ ହତ୍ୟା କରିବା ପରେ ମର ଶରୀରକୁ ସ୍ଥାନୀୟ ଏକ ନିଛାଟିଆ ସ୍ଥାନକୁ ନେଉ ପାଳ ମଧ୍ୟରେ ରଖି ଜାଳିଦେଇ ଥିଲେ । ଶେଷରେ ହାଡ ଓ ପାଉସକୁ ପାଖ ପୋଖରୀରେ ଫୋପାଡି ଦେଇଥିଲେ । ସେପଟେ ଶୈଳେନ୍ଦ୍ର ନିଖୋଜ ନେଇ ତାଙ୍କ ସ୍ତ୍ରୀ କଟକ ଲାଲବାଗ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଥିଲା ।
ଶୈଳେନ୍ଦ୍ରଙ୍କ ମୋବାଇଲ ଲାଷ୍ଟ ଲୋକେସନ ନୟାଗଡ଼ ଦେଖାଇବା ପରେ ପୋଲିସ ଅଧିକ ତଦନ୍ତ କରି ଏ ବିଭତ୍ସ ହତ୍ୟାକାଣ୍ଡର ସୁରାକ ପାଇପାରିଥିଲା । ସେପଟେ ମୁଖ୍ୟ ଅଭିଯୁକ୍ତ ଦିପୁ ଏବଂ ତାର ବାପା ଫେରାର ହୋଇ ଯାଇଥିବା ବେଳେ ସହଯୋଗୀ ସୁରି ଏବଂ ସ୍ତ୍ରୀ ସୁନିତାଙ୍କୁ ପୋଲିସ ଗିରଫ କରିଛି । ସୋମବାର ଦିନ ପୋଲିସ ମର ଶରୀର ପୋଡା ଯାଇଥିବା ସ୍ଥାନରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ହାଡ ଏବଂ ପାଉସ ସଂଗ୍ରହ କରିବା ସହ ମଡର ସ୍କ୍ରିନ ରି କ୍ରିଏଟ କରିଛି ପୋଲିସ । ଫେରାର ଅନ୍ୟ 2 ଅଭିଯୁକ୍ତଙ୍କୁ ପୋଲିସ ଖୁବଶୀଘ୍ର ଗିରଫ କରିବ ବୋଲି ନୟାଗଡ଼ SP କହିଛନ୍ତି ।
ବାଇଟ_ଅଲେଖ ପହି_SP Nayagarh
https://m.facebook.com/story.php?story_fbid=pfbid0cgbaQFq8PGUU7vvhCnDxK4vBQMz89zZXJvwaW2YwmjySWAMje7AshyP7Fit6vtwBl&id=100081456283470&mibextid=Nif5oz
0 Comments