ବିପୁଳ ପରିମାଣର ବିସ୍ପୋରକ ବୋଝେଇ ଭ୍ୟାନ ଜବତ କଲା ବାଉଁଶୁଣି ପୋଲିସ


 

ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ୍ ଦ୍ଵାରା ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ଭ୍ୟାନ ଜବତ ହୋଇଛି l ଡ୍ରାଇଭର ରାଜେଶ୍ ପ୍ରଧାନକୁ ଅଟକ ରଖିଛି ପୋଲିସ l ବେଆଇନ ଭାବେ ରାମଚଣ୍ଡୀ କ୍ରସରକୁ ବିସ୍ଫୋରକ ଯାଉଥିବା ସମୟରେ ଗୋଛାପଡ଼ା ପଞ୍ଚାୟତ ସିଆଲିମୁଣ୍ଡା ଛକରୁ ଜବତ କଲା ପୋଲିସ l କ୍ରସର ମାଲିକ ଶ୍ରୀନିବାସ ମିଶ୍ରଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗାଡ଼ିର ଡ୍ରାଇଭର ନାରେ ତଦନ୍ତ ଚାଲିଥିବା ବାଉଁଶୁଣି ଥାନା ଅଧିକାରୀ ଅରୁଣ ସିଂ କହିଛନ୍ତି l ବିସ୍ଫୋରକ ଭ୍ୟାନ୍ ଜବତ୍ ବିଷୟରେ ଥାନା ଅଧିକାରୀଙ୍କୁ ପଚାରିବାରୁ ଥରେ ଡ଼୍ରାଇଭରଙ୍କ ଲାଇସେନ୍ସ ନଥିବା କହୁଥିବା ବେଳେ ଆଉ ଥରେ କ୍ରସରର ଲାଇସେନ୍ସ ନଥିବା କହିଛନ୍ତି l ଗୋଛାପଡ଼ା ଗ୍ରାମ ପଞ୍ଚାୟତର ଅନେକ ଗ୍ରାମ କ୍ରସରର ନିକଟ ବର୍ତ୍ତି ଥିବା ବେଳେ କେଉ ଆଧାରରେ ଅନୁମତି ଦେଲା ପ୍ରଶାସନ l ଉକ୍ତ କ୍ରସର ଗୁଡିକରେ ବହୁତ ଦିନରୁ ବେଆଇନ ବିସ୍ଫୋରକ ଚାଲିଥିବା ବେଳେ ଆଜି ପ୍ରଯ୍ୟନ୍ତ ପୋଲିସ କିମ୍ବା ପ୍ରଶାସନ ଜାଣିପାରୁନଥିଲା କେମିତି ? I ବାଉଁଶୁଣି ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ମଧୁଚନ୍ଦ୍ରିକା ରେ ଚାଲିଥିଲା କି ଉକ୍ତ ବେଆଇନ ବିସ୍ଫୋରକ ? କେତେ ଦିନରୁ ଏମିତି ବେଆଇନ ବିସ୍ଫୋରକ ସାମଗ୍ରୀ ଯାଉଥିଲା ତାହା ସନ୍ଧେହ ଘେରରେ l ଦେଖାଯାଉ ଆଗାମୀ ଦିନରେ ଘଟଣା କେଉମୋଡ ନେଉଛି l ବେଆଇନ ବିସ୍ଫୋରକ ସାମଗ୍ରୀ ରେ ଜଡିତ ଥିବା ବ୍ୟକ୍ତି ମାନଙ୍କୁ ପୋଲିସ୍ କେବେ ଧରିବାରେ ସଫଳ ହେଉଛି କି ବିଫଳ ତାହା ଦେଖିବାକୁ ବାକି ରହିଲା l


Post a Comment

0 Comments