ଶ୍ରେଣୀଗୃହ ନିର୍ମାଣ ନିମ୍ନମାନର କାମ ନେଇ କାମ ବନ୍ଦ ନିର୍ଦେଶ ଦେଲେ ଜ଼ିଲ୍ଲା ପାଳ

 



ବୌଦ୍ଧ ଜ଼ିଲ୍ଲାପାଳ ଓଡିଶା ଆଦର୍ଶ ବିଦ୍ୟାଳୟ, କଣ୍ଟାମାଳ ବ୍ଲକ ଅଇଁଲାଚୁଆଁ ରେ ପହଞ୍ଚି ଥିଲେ l ବିଦ୍ୟାଳୟ ପରିସରରେ ନିର୍ମାଣ ଧୀନ ଶ୍ରେଣୀ ଗୃହ ନିମ୍ନ ମାନ ର ଇଟା ରେ ନିର୍ମିତ ହେଉଥିବା ବେଳେ ସେଠାରେ ଆଦୌ ପାଣି ଦିଆ ଯାଉନଥିବା ଦେଖିବାକୁ ମିଳିଥିଲା l କ୍ୱାଲିଟି ଖରାପ ଥିବାରୁ କାମ ବନ୍ଦ କରିବାକୁ କଣ୍ଟ୍ରାକ୍ଟର ଙ୍କୁ ନିର୍ଦେଶ ଦେଇଥିଲେ l ଜ଼ିଲ୍ଲାପାଳ ସମସ୍ତ ଶ୍ରେଣୀ ଗୃହ କୁ ଯାଇ ସେମାନଙ୍କ ସୁବିଧା, ଅସୁବିଧା ବିଷୟରେ ବୁଝିବା ସହ ଭଲ ପାଠ ପଢି, ଭଲ ମାର୍କ ରଖି ବଡ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ l ସୁଷମ ଖାଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ, ଭଲ ପାଠ, ଭଲ ପୋଷାକ, ନିଜ ସ୍ୱାସ୍ଥ୍ୟ ଠିକ ରଖିବା, କ୍ରୀଡା ସହ ନିଜ ନିଜ କ୍ୟାରିଅର ଗଢିବା ପାଇଁ ପରାମର୍ଶ ଦେଇଥିଲେ l ଏଥିସହିତ ପରିସ୍ରା ଗାର, ଶୌଚାଳୟ ସଫା ସୁତରା ରଖିବା, କବାଟ ଏବଂ ଝରକା ଠିକ ରଖିବା ସହିତ ଖିଡ଼ିକି ଲାଗୁ ନ ଥିବାରୁ ସେଗୁଡିକ ଠିକ ଠାକ କରିବା, ପିଲାଙ୍କୁ ଦୈନନ୍ଦିନ ତାଲିକକ୍ଷ କରି ସେ ହିସାବରେ ସୁଷମ ଖାଦ୍ୟ ତଥା ପୃଷ୍ଟିକର ଖାଦ୍ୟ ଦେବାପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ l ପରେ ବିଦ୍ୟାଳୟ ଶିକ୍ଷକମାନଙ୍କ ଗ୍ରୀଭାନ୍ସ ଶୁଣିଥିଲେ l ଓଡିଶା ଆଦର୍ଶ ବିଦ୍ୟାଳୟ ର ୪ ଗୋଟି ସ୍ମାର୍ଟ ବୋର୍ଡ ମଧରୁ ୨ ଟି ଚାଲୁଥିବା ବେଳେ ଭୋଲଟେଜ କମ କାରଣରୁ ଆଉ ୨ଟି ଚାଲୁ ନ ଥିବା ସ୍କୁଲ କର୍ତ୍ତୃପକ୍ଷ ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ବିଦ୍ୟାଳୟ ର ସୁପରିଚାଲନା ପାଇଁ ସମସ୍ତେ ମିଳିମିଶି ଏକଜୁଟ ଭାବେ କାମ କରିବା ପାଇଁ ସମସ୍ତ ଶିକ୍ଷକ ଙ୍କୁ ନିର୍ଦେଶ ଦେଇଥିଲେ l



Post a Comment

0 Comments