ସକାଳର ଖବର, ୨୨-ଡିସେମ୍ବର-୨୦୨୨, ଗୁରୁବାର

*╭─────────────────────╮*

*🌄


*

*╰─────────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଆଜି ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଫ୍ଲାଏ ଓଭର ବ୍ରିଜ୍ ଉଦଘାଟନ କରିବା ସହ ୧୨ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହା ସହ ପୋଲିସ ପଡିଆରେ ବାଲେଶ୍ୱର ବାସୀଙ୍କୁ ଦେବେ ଉଦବୋଧନ l


➡️୨-5T ଉପକ୍ରମରେ ୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l


➡️୩-'ଭାରତୀୟ ବନ ସେବା' ପ୍ରୋବେସନର୍ସଙ୍କ ସହ ପିଲାଦିନର ଅନୁଭୂତି ବାଣ୍ଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୀବନ ପ୍ରଦାନକାରୀ ଜଙ୍ଗଲ ପ୍ରତି ସହାନୁଭୂତି ସହ କାର୍ଯ୍ୟ କରିବାକୁ ଦେଲେ ପରାମର୍ଶ l


➡️୪-ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଦେଲେ ଚେତାବନୀ l ଆସନ୍ତା ଜାନୁଆରି ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ ତାରିଖ ଠାରୁ କୌଣସି ସ୍ଥାନକୁ ଘରୋଇ ବସ୍‌ ଚାଲିବ ନାହିଁ l


➡️୫-ପୁରା ଓଡ଼ିଶା ଦେଖିବ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି। ଯାଜପୁର ରେ ବହି ଯାଇଥିବା ପବିତ୍ର ବୈତରଣୀ ନଦୀ କୂଳରେ ଏହି ମୂତ୍ତି ସାରା ଓଡିଶାରେ ହେବ ସବୁଠାରୁ ଉଚ୍ଚତମ ମୂର୍ତ୍ତି (୧୨୩ ଫୁଟ) । 


➡️୬-ଓଡିଶାରେ ଚିହ୍ନଟ ହେଲା ଚାଇନା ଆତଙ୍କି BF.7 କୋଭିଡ ଭରିଆଣ୍ଟ l ସାର ଦେଶରେ ୩ ଚିହ୍ନଟ, ଗୁଜରାଟ ରେ ୨ଜଣ ହୋଇଥିବା ବେଳେ ଓଡିଶାରେ ଜଣେ ଚିହ୍ନଟ l


➡️୭-ରାଜ୍ୟରେ ଆଦର୍ଶ ବିଦ୍ୟାଳୟ ଗୁଡିକରେ ଖୁବ୍‌ଶୀଘ୍ର ୧୧୭୮ଜଣ ଶିକ୍ଷକ ଖୁବ୍‌ଶୀଘ୍ର ନିଯୁକ୍ତ ହେବେ । ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଏଡସିଲ୍ ଇଣ୍ଡିଆ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବ । 


➡️୮-ଖୋଲାଗଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀ ମନ୍ଦିର, ହୁଣ୍ଡିରୁ ବାହାରିଲା ୬୨ ଲକ୍ଷ ୨୨ ହଜାର ଟଙ୍କା । ଚାରି ମାସ ପରେ ମନ୍ଦିରର ଆଠ ଗୋଟି ହୁଣ୍ଡି ହେଲା ଖୋଲା ।


➡️୯-ଚିଲିକା, ଗହିରମଥା ଓ ଅସ୍ତରଙ୍ଗ ସମୁଦ୍ରରେ ଚାଲିଛି ଡଲଫିନ ଗଣନା: ଟ୍ରଲର ଓ ଦେଶୀ ଡଙ୍ଗାରେ ଡଲଫିନ୍ ଗଣୁଛନ୍ତି ବନିବିଭାଗର ଟିମ୍ l


➡️୧୦-ପଠାନ୍ ଫିଲ୍ମ ବିବାଦ: ଅଭିନେତା ଶାହାରୁଖ ଖାନ୍‌ଙ୍କୁ ଜିହାଦୀ କହିବା ସହ ଜିଅନ୍ତା ଜାଳି ମାରିଦେବାକୁ ଆସିଲା ଧମକ୍, ଅମୀର ଓ ସଲମାନ ବି ହିଟ୍ ଲିଷ୍ଟରେ ହେଲେ ସାମିଲ l


➡️୧୧-କରୋନାର ବିସ୍ତାର ରୋକିବା ପାଇଁ ଜାରି ହେଲା ନୂଆ ଆଡଭାଇଜରୀ। ଭିଡ ଥିବା ସ୍ଥାନରେ ମାସ୍କ ପିନ୍ଧନ୍ତୁ। ବୁଷ୍ଟର ଡୋଜ୍ ବାଧ୍ୟତାମୂଳକ। ଯେଉଁମାନେ କରୋନା ଟିକାର ବୁଷ୍ଟର ଡୋଜ୍ ନେଇ ନାହାନ୍ତି ସେମାନେ ଶୀଘ୍ର ନେବାକୁ ହେଲା ଆଡଭାଇଜରୀ l


➡️୧୨-ରିଲାଏନ୍ସ ଜିଓ ପାଲଟିଲା ଓଡ଼ିଶାର ଏକ ନମ୍ବର ଓୟାରଲାଇନ୍ ସେବା ପ୍ରଦାନକାରୀ l ଏ ନେଇ ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁଜଣାପଡିଲା l


➡️୧୩-ରାହୁଲଙ୍କୁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଲେଖିଲେ ଚିଠି, କୋଭିଡ୍‌ ନିୟମ ମାନ ନଚେତ ବନ୍ଦ କର ‘ଭାରତ ଯୋଡ଼ୋ ଯାତ୍ରା’ l


➡️୧୪-୫୦୦ ଟଙ୍କାରେ ସିଲିଣ୍ଡର ପରେ ଏବେ ଅଟା,ତେଲ,ଡାଲିର ଦର ମଧ୍ୟ କମିବ ବୋଲି ସୂଚନା ଦେଲେ ରାଜସ୍ତାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ l 


➡️୧୫-ଚୀନ୍‌ରେ କରୋନା ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲେମ୍ବୁର ଚାହିଦା ହେଲା ବୃଦ୍ଧି l ଲୋକମାନେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରାକୃତିକ ଉପଚାର ଆପଣାଉଛନ୍ତି। ଏଭଳି ପରିସ୍ଥିତିରେ ଚୀନ୍ ରେ ଲେମ୍ବୁର ଚାହିଦା ହଠାତ ବୃଦ୍ଧି ପାଇଲା l


➡️୧୬-ବୈଶ୍ୱିକ ବଜାରରେ ବିଗତ ୨୪ ଘଣ୍ଟା ମଧ୍ୟରେ ଅଶୋଧିତ ତୈଳ ଦରରେ ସାମାନ୍ୟ ବୃଦ୍ଧି ଘଟିଲା l ଦୀର୍ଘ ୬ ମାସ (୨୧୧ ଦିନ) ରୁ ଅଧିକ ସମୟ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି ।


➡️୧୭-ପୁଣି ମହିଳାଙ୍କ ଉପରେ ନାଲି ଆଖି ଦେଖାଇଲା ତାଲିବାନ। ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ମନା ହେଲା ୟୁନିର୍ଭସିଟି। ତାଲିବାନର ଏହି ନିର୍ଦ୍ଦେଶ ପରେ ଏବେ କୌଣସି ଯୁବତୀ କିମ୍ବା ମହିଳା ବିଶ୍ୱବିଦ୍ୟାଳୟରେ ପାଠ ପଢିପାରିବେ ନାହିଁ।


➡️୧୮-ଆଜିଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। 


➡️୧୯-ଆସନ୍ତା ୨୫ ତାରିଖରୁ ରାଜ୍ୟର ସବୁ ଜିଲ୍ଲା ବୁଲିବ ହକି ବିଶ୍ୱକପ ଟ୍ରଫି, ଏଲଇଡିରେ ହେବ ସିଧାପ୍ରସାରଣ l


➡️୨୦-ପାକିସ୍ତାନ କ୍ରିକେଟ୍ ବୋର୍ଡ ଚେୟାରମ୍ୟାନ୍ ପଦରୁ ହଟିଲେ ରମିଜ୍ ରାଜା l ଘରୋଇ ମାଟିରେ ପାକିସ୍ତାନର ସୌଚନୀୟ ପରାଜୟ ହେତୁ ତାଙ୍କୁ ଚେୟାରମ୍ୟାନ୍ ପଦରୁ ହଟାଇ ଦିଆଯାଇଛି।


*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*


*🔅ଆଜି ଜାତୀୟ କ୍ଷୁଦ୍ର ବ୍ୟକ୍ତି ଦିବସ ll*

*🔅ଆଜି ଗଣିତ ଦିବସ ll*

*🔅ଆଜି ପିତୃପୁରୁଷଙ୍କ ଦିନ ll*


          *ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

                *ll ଶୁଭ ସକାଳ,ସୁପ୍ରଭାତ ll*

Post a Comment

0 Comments