ନୟାଗଡ଼ ଜିଲ୍ଲା ଆଶାକର୍ମୀ ପକ୍ଷରୁ ଆନ୍ଦୋଳନ |




 ନୟାଗଡ଼ ଜିଲ୍ଲା(କୈଳାଶ ଚନ୍ଦ୍ର ଶିଅ) ଆଶାକର୍ମୀ ମାନଙ୍କ ପକ୍ଷରୁ ଏକ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ସିନ୍ଦୁରିଆ ଠାରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଶାକର୍ମୀ ମାନେ ବିଭିନ୍ନ ନାରା ଦେଇ ଆନ୍ଦୋଳନ କରିଛନ୍ତି । ଇନ କିଲାବ ଜିନ୍ଦାବାଦ, ଓଡିଶା ଆଶାକର୍ମୀ ଆସୋଶିଏସନ ଜିନ୍ଦାବାଦ, ଜୀବିନ ଜିବିକାର ସୁରକ୍ଷା ପାଇଁ ତୟାର ହୁଅ, ପ୍ରତି ମାସ ୧୦ ତାରିଖ ମଧ୍ୟରେ ଦରମା ଦାବି, ଆଶାକର୍ମୀଙ୍କୁ ନିୟମିତ କର୍ମଚାରୀ ମାନ୍ୟତା, ମାସକୁ ୧୦ ହଜାର ପେନସନ, ଏହିପରି ଅନେକ ନାରା ବାଜି ଦେଇ ଆଶାକର୍ମୀ ମାନେ ଆନ୍ଦୋଳନ କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା । 


Post a Comment

0 Comments