ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ଯୁକ୍ତ ତିନି ନାମଲେଖା : ୧୦ରୁ ଆବେଦନ, ୧୫ରେ ମେଧା ତାଲିକା




ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ +୩ ନାମଲେଖା ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ଖାଲି ଥିବା ସିଟ୍‍ରେ ନାମଲେଖା ପ୍ରକ୍ରିୟା ପୁନଃ ଆରମ୍ଭ ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ସାମ୍ସ ଜରିଆରେ ନାମଲେଖା ପ୍ରକ୍ରୟା ଅନୁଷ୍ଠିତ ହେବାକୁ ଥିବାବେଳେ ଆବେଦନ ୧୦ ତାରିଖ ୧୧ଟାରୁ ଆରମ୍ଭ ହେବ। ୧୨ ତାରିଖରେ ନାମଲେଖା ପାଇଁ ଆବେଦନ ଶେଷ ହେବ।


୧୫ ତାରିଖ ଅପରାହ୍ଣରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୧୬ ଓ ୧୭ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ତେବେ ସମସ୍ତ ନାମଲେଖା ପ୍ରକ୍ରିୟା ଡିସେମ୍ବର ୨୦ ତାରିଖରେ ସରିବ। ତୃତୀୟ ପର୍ଯ୍ୟାୟ ନାମଲେଖା ପରେ ଆହୁରି ୫୬ ହଜାର ୭୪୯ଟି ବଳକା ରହିଛି

Post a Comment

0 Comments