ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।




ଏବେ ଆଉ ଦୟା ନୂହେଁ, ଅଧିକାର ଚାହୁଁ । ବିକଳାଙ୍ଗ, ଭିନ୍ନକ୍ଷମ, ଦିବ୍ୟାଙ୍ଗ  ପ୍ରଭୃତି ଶବ୍ଦ ବ୍ୟବହାର କରି ଆମ ଠାରୁ ଆମ ଅଧିକାର ଛଡାଇ ନିଆ ଯାଇଥିଲା ।ଏଣିକି ଆମେ ଆମର ଅଧିକାର ଚାହୁଁ । ଏଭଳି ଗୁରୁତ୍ବପୂର୍ଣ୍ଣ ବାକ୍ୟ ପ୍ରୟୋଗ କରିବା ସହ ମହାଭାରତର ଶକୁନି ଆଉ ଧୃତରାଷ୍ଟ୍ରଙ୍କ ଉଦାହରଣ ଦେଇଥିଲେ ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ସାହୁ । ଆଜି ନୂଆଗାଁର କାଚପଲ୍ଲୀ ସ୍କୁଲ ନିକଟ ହାମ୍ପସ୍ ସଭାଗୃହରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଏଭଳି ଏକ ଆଲୋଚନା କରାଯାଇଥିଲା ।  ଦଶପଲ୍ଲା ର ଡିଜାବଲ୍ ରିଲିଫ୍ ଅର୍ଗାନାଇଜେସନ ନାମକ ଭିନ୍ନକ୍ଷମ  ମାନଙ୍କ ପାଇଁ  ଉଦ୍ଦିଷ୍ଟ ଅନୁଷ୍ଠାନ ର ସଭାପତି ଡା.ପ୍ରଫୁଲ୍ଲ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବହୁ ଭିନ୍ନକ୍ଷମ ଯୋଗ ଦେଇଥିଲେ । ଆରମ୍ଭରେ ସଂପାଦକ ଲକ୍ଷ୍ମୀଧର ବେହେରା ସ୍ବାଗତ ଭାଷଣ ଦେବା ସହ ଏହି ଦିବସ ବିଷୟରେ ସୂଚନା ଦେଇଥିଲେ ।ସମ୍ମାନୀତ ଅତିଥି ଭାବେ ତହସିଲଦାର ହେମନ୍ତ କୁମାର ନାୟକ,ମାଇଛେଳି ସରପଞ୍ଚ ସ୍ବାଗତିକା ପ୍ରିୟଦର୍ଶିନୀ ପ୍ରଧାନ ଯୋଗଦେଇ ନିଜର ବକ୍ତବ୍ଯ                   ରଖିଥିଲେ ।     


                                                   ଅନ୍ୟ ମାନଙ୍କ ମଧ୍ୟରେ ମମତାଗୋଛାୟତ,କାଦମ୍ବିନୀ ଗଡପଲା,ଶୁଭଲକ୍ଷ୍ମୀ ନାଥ,ସରୋଜିନୀ ପରିଡା,ପ୍ରତିମା ସାହୁ,ବିଳାସିନୀ ପ୍ରଧାନ ,ଟିକିନା ମୁଦୁଲି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ  । ଶେଷରେ ସଭାପତି ଡା.ଦାଶ ଧନ୍ୟବାଦ ଜଣାଇ ସଭାସାଙ୍ଗ କରିଥିଲେ  

Post a Comment

0 Comments