୧୨ ବର୍ଷର ଅମ୍ରିତ ପାତ୍ର ନିଖୋଜ ଘଟଣାରେ ଓଡ଼ଗାଁ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ

 ଓଡ଼ଗାଁ କୁରାଳ ୧୨ ବର୍ଷର ଅମ୍ରିତ ପାତ୍ର ନିଖୋଜ ଘଟଣାରେ ଓଡ଼ଗାଁ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି । ଏହି ୩ ଅଭିଯୁକ୍ତ ହେଲେ କୁରାଳ ଗ୍ରାମ ପଣ୍ଡିତ ସାହିର ସୋନୁ ପାଣିଗ୍ରାହୀ, ଦୁଇଭାଇ ଏସ. ପଣ୍ଡା ଓ ବି. ପଣ୍ଡା । ମାଜିଷ୍ଟ୍ରେଟଙ୍କ ସାମ୍ନାରେରେ ଅମ୍ରିତର ୧୬୪ ଆଧାରରେ ବୟାନ ରେକର୍ଡ କରାଯାଇଛି। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ଅପହରଣ ଘଟଣାର ସମ୍ପୂର୍ଣ୍ଣ ଡେମୋ କରାଇଛି। ଡେମୋ ଦେଖାଇବା ସମୟରେ ପୁଲିସକୁ ଅଭିଯୁକ୍ତଙ୍କ ବାଡ଼ି କୂଅରୁ ଅମ୍ରିତର ସ୍କୁଲ ବ୍ୟାଗ ଓ ଗ୍ୟାରେଜ ମଧ୍ୟରୁ ଅଭିଯୁକ୍ତର ଶୀତକାଳୀନ ବସ୍ତ୍ର ମିଳିଛି ।

ଟଙ୍କା ଲୋଭରେ ଅପହର୍ତ୍ତା ଏପରି କରିଥିବା ଆଲୋଚନା ହେଉଛି । ସୂଚନା ଅନୁଯାୟୀ ଗାଡିର ଲୋନ କିସ୍ତି ସୁଝିବା ନିମନ୍ତେ ଏଥ୍‌ରେ ସାମିଲ ହୋଇଥିଲେ ୨ ପଣ୍ଡା ଭାଇ । ଅପହୃତ ଅମ୍ରିତର ବାପା ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ପଣ୍ଡା ଭାଇଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ବ୍ୟାବସାୟିକ ସମ୍ପର୍କଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ପାଖରେ ଟଙ୍କା ଥିବା ଜାଣିବା ପରେ ଅପହର୍ତ୍ତା କିଭଳି ପୂର୍ଣ୍ଣଚନ୍ଦ୍ରଙ୍କ ଠାରୁ ଟଙ୍କା ଆଦାୟ କରିବେ ସେନେଇ ଅପହରଣ ଯୋଜନା କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏକ ପିକଅପ ଭ୍ୟାନରେ ଅମ୍ରିତର ପାଟିକୁ ବନ୍ଦ କରି ଅପହରଣ କରି ମେଡ଼ିକାଲ ଛକ ନିକଟରେ ଏକ ପରିତ୍ୟକ୍ତ ଗ୍ୟାରେଜରେ ରଖିଥିଲେ। ପରେ କୁରାଳ ପଣ୍ଡିତ ସାହିର ଏକ ପରିତ୍ୟକ୍ତ ଘରେ ଅମ୍ରିତକୁ ରଖଥିଲେ । ପରେ  ଅମ୍ରିତକୁ ଛାଡ଼ିଦେଇଥିଲେ। ତେବେ ସମ୍ପୂର୍ଣ୍ଣ ରହସ୍ୟ ତଥ୍ୟ ଆଜି ନୟାଗଡ଼ ଏସପି ଅଲେଖ ପହିଙ୍କ ଦ୍ଵାରା ଦିଆଯିବ ବୋଲି ଜଣାପଡିଛି ।


Post a Comment

0 Comments